ଆରମ୍ଭ ହେଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ହିମାଚଳରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

132

କନକ ବ୍ୟୁରୋ : ଆରମ୍ଭ ହେଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ହିମାଚଳ ପ୍ରଦେଶର ଉନା ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ । ଶୁଭାରମ୍ଭ ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ । ଏହା ହେଉଛି ହିମାଚଳ ପ୍ରଦେଶରୁ ଚାଲୁଥିବା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନ ହିମାଚଳ ପ୍ରଦେଶର ଅମ୍ବ ଅଦୌରାରୁ ଦିଲ୍ଲୀ ଯାଏଁ ଚାଲିବ । ପୂର୍ବ ଅପେକ୍ଷା ଅଧିକ ଅପଡେଟ୍ ଓ ହାଲୁକା ହୋଇଥିବା ଯୋଗୁଁ କମ୍ ସମୟରେ ଅଧିକ ବେଗରେ ଗତି କରିବ ଏହି ଟ୍ରେନ୍ ।

ମାତ୍ର ୫୨ ସେକେଣ୍ଡରେ ଏହା ଘଂଟା ପ୍ରତି ୧୦୦ କିଲୋମିଟର ବେଗରେ ଗତି କରିବ । ବନ୍ଦେ ଭାରତ ଏକ୍ସପ୍ରେସ ଦ୍ୱାରା ହିମାଚଳରୁ ଦିଲ୍ଲୀ ଯାତ୍ରା କରିବାକୁ ୫ ଘଂଟା ସମୟ ଲାଗିବ । ସେହିପରି ଦିଲ୍ଲୀରୁ ଚଣ୍ଡିଗଡକୁ ମାତ୍ର ୩ ଘଂଟା ଲାଗିବ । ବୁଧବାର ବ୍ୟତୀତ ସପ୍ତାହର ଅନ୍ୟ ଦିନ ମାନଙ୍କରେ ଚାଲିବ ଏହି ଟ୍ରେନ । ଏହା ପୂର୍ବରୁ ମୋଦି ୩୦ ସେପ୍ଟେମ୍ବରରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ ।