ଉଦଳା ଜଙ୍ଗଲରେ ପଡିଛି ଗରିବଙ୍କ ଦାନା । ବସ୍ତା ବସ୍ତା ପିଡିଏସ ଚାଉଳ ପଡିଥିବା ଦେଖି ଲୋକେ ଚକିତ

199

କନକ ବ୍ୟୁରୋ : ଗରିବ ଲୋକଙ୍କ ପାଇଁ ସରକାର ଯୋଗାଉଥିବା ରାସନର କେମିତି ଅପବ୍ୟବହାର ହେଉଛି ତାହା ଏବେ ଜଙ୍ଗଲ ଭିତରେ ପଡିଥିବା ପିଡିଏସ ଚାଉଳ ଦେଖିବା ପରେ ସ୍ପଷ୍ଟ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ଉଦଳାର ବହୂବନ୍ଧ ଜଙ୍ଗଲ ଭିତରେ ୩୦ ବସ୍ତାରୁ ଅଧିକ ପିଡିଏସ୍ ଚାଉଳ ପଡିଥିବାର ଦେଖିବାକୁ ମିଳିଛି । ଏଭଳି ବସ୍ତା ବସ୍ତା ଚାଉଳ ପଡିଥିବାର ଦେଖି ଏହାକୁ ନେଇ ବିିଭିନ୍ନ ଆଲୋଚନା ମଧ୍ୟ ହେଉଛି । କୁହାଯାଉଛି କି, ପିଡିଏସ ଚାଉଳକୁ ଏଠାରେ ଲୁଚାଇ ରଖାଯାଇଥାଇ ପାରେ । ଏହି ଚାଉଳକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଛି । ଏନେଇ ଗ୍ରାମବାସୀ ଦୁଇଜଣଙ୍କୁ ଅଟକ ରଖିଛନ୍ତି ।