ଅସ୍ତରଙ୍ଗରେ ବଡ ଅଘଟଣ! କାଳ ହେଲା ପିକନିକ, ସମୁଦ୍ରରେ ବୁଡି ପ୍ରାଣ ହରାଇଲେ ୩ ଇଞ୍ଜିନୟରିଂ ଛାତ୍ର

402

କନକ ବ୍ୟୁରୋ : ଅସ୍ତରଙ୍ଗରେ ଅଘଟଣ  । ପିକିନିକି କରିବାକୁ ଯାଇଥିବା ବେଳେ ସମୁୁଦ୍ରରେ ବୁଡ଼ି ୩ ଇଂଜିନିୟରିଂ ଛାତ୍ରଙ୍କ ମୃତ ହୋଇଥିବା ବେଳେ ୩ ଜଣଙ୍କୁ ନିଶ୍ଚିତ ମୃତ୍ୟୁରୁ ରକ୍ଷା କରିଛନ୍ତି  ସ୍ଥାନୀୟ ଲୋକେ । ପୀରଜାହାନିଆଁକୁ ପିକନିକ୍ ପାଇଁ ଆସିଥିବା ବେଳେ ଏହି ଘଟଣା ଘଟିଛି  । ପିକନିକ୍ ପାଇଁ ଆସିଥିବା ୬ଜଣ ଇଞ୍ଜିନୟରିଂ ଛାତ୍ର ସମୁଦ୍ରକୁ ଗାଧୋଇବା ଉଦ୍ଦେଶ୍ୟରେ ଯାଇଥିବା ବେଳେ ବୁଡ଼ିଯାଇଥିଲେ  ।

ସୂଚନା ରହିଛି ଯେ ରାଜଧାନୀ ଭୁବନେଶ୍ୱରରେ ଏକ ପ୍ରାଇଭେଟ କଲେଜରେ ଇଞ୍ଜିନିୟରିଂ ପଢୁଥିବା ଏହି ଛାତ୍ରମାନେ ପିକନିକ୍ କରିବାକୁ ଜାହାନିଆ ଯାଇଥିଲେ। ସେମାନେ ପିକନିକ୍ ସାଙ୍ଗକୁ ସମୁଦ୍ରରେ ବୁଡ଼ ଦେବାର ମଜ୍ଜା ନେବା ପାଇଁ  ଗାଧୋଇବା ପାଇଁ ସାଥି ହୋଇ ବାହାରିଥିଲେ। ୬ ଜଣ ସମୁଦ୍ରରେ ଗାଧୋଉଥିବା ବେଳେ ଅଚାନକ ଏକ ଲହଡ଼ି ଆସି ସେମାନଙ୍କୁ ଭସାଇ ନେଇଥିଲା। ସେମାନେ ଚିତ୍କାର କରିବାରୁ ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଧାଇଁ ଆସି ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ। ଉଦ୍ଧାର ଛାତ୍ରଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।