୭ ଦିନ ହେବ ୨୫୦ ଫୁଟର ଗଭୀର ଗାତରେ ଜୀବନ ସଂର୍ଘଷ କରୁଛି ୨ ବର୍ଷର କୁନି ଶିଶୁ । ପୂରା ବିଶ୍ୱର ଲୋକ ଭଗବାନଙ୍କ ନିକଟରେ କରୁଛନ୍ତି ପ୍ରାର୍ଥନା
ସ୍ପେନର ଏକ ପାହାଡି ଅଞ୍ଚଳରେ ଗତ ଏକ ସପ୍ତାହ ଧରି ୨୫୦ ଫୁଟ୍ ଗର୍ତ୍ତରେ ଫଶି ରହିଛି ୨ ବର୍ଷ ଶିଶୁର ଜୀବନ । ଶିଶୁଟିକୁ ଉଦ୍ଧାର କରିବା ପାଇଁ ପାୱରଫୁଲ ମେସିନ ସାହାଯ୍ୟରେ ସୁଡଙ୍ଗ ଖୋଳାଯାଉଥିବା ବେଳେ ପୂରା ବିଶ୍ୱର ଲୋକ ଏହି କୁନି ଶିଶୁଟିଏ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଘଟଣା ଅନୁଯାୟୀ, ସ୍ପେନର ମଲଗା ଅଞ୍ଚଳରେ ଗତ ରବିବାର ଜୁଲେନ ରୋସେଲୋ ନାମକ ଏକ ଶିଶୁ ନିଖୋଜ ହୋଇଯାଇଥିଲା । ପରେ ଜଣାପଡିଥିଲା ଯେ, ଶିଶୁଟି ୨୫୦ ଫୁଟର ଖାତ ଭିତରକୁ ଗଳି ପଡିଛି । ତେବେ ଉକ୍ତ ଶିଶୁ ସହ କୌଣସି ସର୍ମ୍ପକ କରାଯାଇପାରିନାହିଁ । ଏହି ଗାତ ପାଖରୁ ଛୋଟ ଛୁଆର କେଶ ମିଳିଥିଲା । ପରେ ଏହାର ଡିଏନଏ ଟେଷ୍ଟ ପରେ ଏହାର ଜୁଲେନର କେଶ ବୋଲି ଜଣାପଡିଥିଲା ।
ଏହି ଘଟଣା ପରେ ଶିଶୁଟିକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ । ପ୍ରଥମ ସୁଡଙ୍ଗ ଖୋଳିବା ପ୍ରୟାସ ବିଫଳ ହୋଇଥିଲା । ଏହାପରେ ଶକ୍ତିଶାଳୀ ମେସିନ ସାହାଯ୍ୟରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ରେସ୍କ୍ୟୁ ଅପରେସନ । ସୁଡଙ୍ଗ ଖୋଳାଯିବା ସହ ଯଥାସମ୍ଭବ କୁନି ଶିଶୁ ପାଖରେ ପହଞ୍ଚିବାକୁ ଜୋରଦାର ଉଦ୍ୟମ କରାଯାଉଛି । ସୁଡଙ୍ଗ ଖୋଳାଯିବା ପରେ ପ୍ରଥମେ କିଛି ରେସ୍କ୍ୟୁ ଟିମକୁ ଗର୍ତ୍ତ ମଧ୍ୟକୁ ପଠାଯିବ । ସେଠାରେ ପହଞ୍ଚିବା ପରେ କୁନି ଶିଶୁ ପାଖରେ ପହଞ୍ଚିବାକୁ ହାତରେ ୧୩ ଫୁଟ ଲମ୍ବର ସୁଡଙ୍ଗ ଖୋଳିବେ ଏହି ରେସ୍କ୍ୟୁ ଟିମ୍ । ଏହାପରେ ଉକ୍ତ କୁନି ଶିଶୁଟିକୁ ଉଦ୍ଧାର କରାଯିବ ବୋଲି ରେସ୍କ୍ୟୁ ଟିମର ଅଧିକାରୀ କହିଛନ୍ତି । ତେବେ ଶିଶୁଟିର ଜୀବନ ବଞ୍ଚାଇବାକୁ ଏବେ ପୂରା ଦୁନିଆର ଲୋକେ ଏବେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।