Daily Archives

August 13, 2023

ଏମଭି-୭୪ ଗାଁର ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଗୋ-ପାଳନ। କ୍ଷୀର, ଘିଅ ଓ ପନିର ବିକ୍ରି କରି ଲାଭବାନ

କନକ ବ୍ୟୁରୋ: ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୪ ଗାଁର ୧୪ ଜଣ ମହିଳା ଏକାଠି ହୋଇ ଗଠନ କରିଛନ୍ତି ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ । ଏହି ଗୋଷ୍ଠୀର ସମସ୍ତ ମହିଳାମାନେ ଏବେ ଗୋପାଳନ କରି ବେଶ ଚର୍ଚ୍ଚା ସାଉଁଟିଛନ୍ତି । ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା…

ରୋଜଗାରର ମାଧ୍ୟମ ସାଜିଛି ଛେଳି ଫାର୍ମ। ୩୦ରୁ ଅଧିକ ଛେଳି ପାଳନ କରିଛନ୍ତି ଗଞ୍ଜାମ ଧରାକୋଟ୍ ଅଞ୍ଚଳର ମହିଳା

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ସାଆବା ପଞ୍ଚାୟତର ଉପାନ୍ତ ଗାଁ ବରପଲ୍ଲି । ଗାଁରେ ମାତ୍ର ୩୦ଟି ପରିବାର ବାସକରନ୍ତି । ଆଉ ଏହି ଗାଁର ୧୨ ଜଣ ମହିଳା ଏକାଠି ହୋଇ ଗଠନ କରିଛନ୍ତି ମା’ ଗ୍ରାମ ଦେବତୀ ସ୍ୱଂୟ ସହାୟକ ଗୋଷ୍ଠି । ପ୍ରଥମେ କିଛି କିଛି ଅର୍ଥ ସଞ୍ଚୟ କରି ଓ ସରକାରଙ୍କ…

ବଢ଼ୁଛି ମାଣ୍ଡିଆରେ ତିଆରି ଖାଦ୍ୟ ସାମଗ୍ରୀର ଚାହିଦା। ପ୍ରସ୍ତୁତ ହେଉଛି ମାଣ୍ଡିଆ ବରା, ଆଳୁଚପ ଓ ପକୁଡ଼ି ଭଳି ଜଳଖିଆ

କନକ ବ୍ୟୁରୋ: କଡେଇରେ ଟକମକ ହୋଇ ଫୁଟୁଥିବା ତେଲରେ ଛଣାହେଉଛି ସୁଆଦିଆ ଆଳୁଚପ୍, ପକୁଡି ଓ ବରା ଭଳି ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ । ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ମାଣ୍ଡିଆ ଓ ବାଜରରେ ପ୍ରସ୍ତୁତ ହେଉଛି ଜଳଖିଆ । ମାଣ୍ଡିଆ ଓ ବାଜରାରେ ବିଭିନ୍ନ ପ୍ରକାର ଖାଦ୍ୟ…

ସ୍କୁଲ ନ ଯିବାରୁ ନାବାଳକ ପୁଅକୁ ଚେଙ୍କ ଦେଲା ବାପା । ନାବାଳକକୁ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ୍ସ । ବାପା ଓ ସାବତ…

କନକ ବ୍ୟୁରୋ: ପୁଅ ସ୍କୁଲ ଗଲାନି ବୋଲି ମାଡ ମାରିଲେ ଓ ଲୁହା ରଡରେ ଚେଙ୍କ ଦେଲେ ବାପା । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ହଟିଆନାଳି ଗାଁର ଏହି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଘଟଣା ପଛର ପୁରା କାହାଣୀ ଜାଣିଲେ ଆପଣ ବି ବିଚଳିତ ହୋଇଉଠିବେ । ମାଆ ଛେଉଣ୍ଡ ୧୨ ବର୍ଷର ନାବାଳକକୁ ସ୍କୁଲ…

ସଫଳ ମାଛଚାଷୀ ଶୁଭେନ୍ଦୁ। ମାଛ ଜାଆଁଳ ଚାଷ କରୁଛନ୍ତି ଚମ୍ପୁଆ ଅଞ୍ଚଳର ଯୁବ ଉଦ୍ୟୋଗୀ

କନକ ବ୍ୟୁରୋ: ରୋହି, ଭାକୁର. ମିରକାଳି, ଗ୍ରାସକପ୍, ପଙ୍ଗାସ, ଚିଙ୍ଗୁଡ଼ି, ରୁପଚାନ୍ଦି ଭଳି ମାଛ ଚାଷ କରି ଆତ୍ମନିର୍ଭର ହୋଇଛନ୍ତି କେନ୍ଦୁଝର ଚମ୍ପୁଆ ଅଞ୍ଚଳର ଶୁଭେନ୍ଦୁ ମହାନ୍ତ । ତାଙ୍କ ପୋଖରୀରୁ ଧରାହେଉଛି କ୍ୱିଂଟାଲ କ୍ୱିଂଟାଲ ମାଛ । ସପ୍ତାହକୁ ୨ରୁ ୩ ଥର ମାଛ ଧରି ସ୍ଥାନୀୟ ବଜାର ସହ…

ଜୀବିକା ଯୋଗାଉଛି ଜିଆ ଖତ। ଖତ ବିକି ଗାଁର ୮୨ ଘର ଲକ୍ଷପତି

କନକ ବ୍ୟୁରୋ: ଜିଆ, ଗାଇ ଗୋବର ଓ ବିଭିନ୍ନ ପ୍ରକାରର ପନିପରିବା ଚୋପାକୁ ବ୍ୟବହାର କରି ସେଥିରେ ଖତ ପ୍ରସ୍ତୁତ କରୁଛନ୍ତି ମହିଳା । ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନାକୁ ଏକାଠି କରି ସେଥିରେ ଜିଆ ଛାଡ଼ିବାର ୬ମାସ ପରେ ପ୍ରସ୍ତୁତ ହେଉଛି ଖତ । ଘରେ ଘରେ ୩ରୁ ୪ଟି କୁଣ୍ଡ ତିଆରି ଖତ ପ୍ରସ୍ତୁତ…