ନବୀନ ବାବୁଙ୍କୁ ୩ଟି ଗିଫ୍ଟ ଦିଅନ୍ତୁ ପ୍ରଧାନମନ୍ତ୍ରୀ । ଚାଷୀଙ୍କ ଏମଏସପି ବଢାନ୍ତୁ, କୋଇଲା ରୟାଲଟି ଡବଲ କରନ୍ତୁ, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଅନ୍ତୁ: ଭିକେ ପାଣ୍ଡିଆନ୍

306

କନକ ବ୍ୟୁରୋ: ଅନୁଗୁଳ ଏବଂ କଟକରେ ଜନସଭା କରି ବିଜେଡି ସରକାର ଉପରେ ମୋଦୀ ବର୍ଷିବା ପରେ ମାହାଙ୍ଗାରେ ଏହାର ଜବାବ ରଖିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହିତ ପାଣ୍ଡିଆନ୍ କହିଛନ୍ତି, ଓଡିଶାରେ ନବୀନ ବାବୁଙ୍କ ସରକାର ସ୍ଲୋ ସରକାର ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି, ହେଲେ ସମ୍ବଲପୁର-କଟକ ଏନଏଚ୍- ୫୫ର ମରାମତି କାମ ୮ ବର୍ଷ ହେଲା ଚାଲୁଛି, ପ୍ରତିଦିନ ଲୋକ ମୃତ୍ୟୁବରଣ କରୁଛନ୍ତି । ଏହା କଣ ଆପଣଙ୍କ ସ୍ପିଡ୍ କାମ? ତା ସହିତ କୋଷ୍ଟାଲ ହାଇୱେ କରିବେ କହିକି, ୧୦ ବର୍ଷ ହେଲା କେନ୍ଦ୍ର ସରକାର ଗୋଟିଏ ଇଟା ବି ପକେଇନାହାଁନ୍ତି । ତା ସହିତ ସବୁ ରାଜ୍ୟରେ କ୍ୟାପିଟାଲ ରିଙ୍ଗ୍ ରୋଡ୍ କରୁଛନ୍ତି, ହେଲେ ଭୁବନେଶ୍ୱରରେ କ୍ୟାପିଟାଲ ରିଙ୍ଗ ରୋଡ୍ ପାଇଁ କେନ୍ଦ୍ର ସରକାର ଗୋଟିଏ ବି ଇଟା ପକାଇନାହାଁନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ ।

ଅନ୍ୟପଟେ ମୋଦୀ କହୁଛନ୍ତି ଓଡିଶାରେ ସ୍ୱଚ୍ଛତାର ଶାସନ ଚାଲୁନି, ହେଲେ ମୋଦୀ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଲୋକସଭାରେ ପ୍ରଂଶସା କରିଥିଲେ । ହେଲେ ଆଜି ନିର୍ବାଚନ ଆସିବାରୁ ସେ ଏପରି କହୁଛନ୍ତି ବୋଲି ପାଣ୍ଡିଆନ୍ କହିଛନ୍ତି । ଅନ୍ୟପଟେ ଖଣିରୁ ଓଡିଶାକୁ ୫ ହଜାର ଟଙ୍କା ଆସିଥିଲା, ହେଲେ ନବୀନ ବାବୁଙ୍କ ସ୍ୱଚ୍ଛତା କାରଣରୁ ଏବେ ଏହା ୫୦ ହଜାର କୋଟିରେ ପହଞ୍ଚିଛି ବୋଲି ପାଣ୍ଡିଆନ୍ କହିଛନ୍ତି ।

ଶେଷରେ ପ୍ରଧାନମନ୍ତ୍ରୀ ଯଦି ପାରୁଛନ୍ତି ନବୀନ ବାବୁ ତାଙ୍କୁ ଶପଥ ନେବା ଦିନ ୩ଟି ଗିଫ୍ଟ ଦେବାକୁ କହିଛନ୍ତି ପାଣ୍ଡିଆନ୍ । ପ୍ରଥମରେ ଚାଷୀଙ୍କୁ ପ୍ରତିଶ୍ରୁତି ମୁତାବକ ୩୧୦୦ ଟଙ୍କା ଏମଏସପି ଦିଅନ୍ତୁ, ଦ୍ୱିତୀୟରେ କୋଇଲା ରୟାଲଟି ଡବଲ ଏବଂ ତୃତୀୟରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି କରିଛନ୍ତି ପାଣ୍ଡିଆନ୍ ।