ଭଞ୍ଜନଗରରେ ନିର୍ବାଚନୀ ହିଂସା । ବୁଥ୍ ପାଲଟିଲା ରଣକ୍ଷେତ୍ର । ବେରୁଆବାଡି ବୁଥରେ ବିଜେପି- ବିଜେଡି କର୍ମୀଙ୍କ ମଧ୍ୟରେ ମାରପିଟ୍ ।

439

କନକ ବ୍ୟୁରୋ: ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥରେ ଦେଖାଦେଇଛି ନିର୍ବାଚନୀ ହିଂସା । ଏଠାରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି । ବିଜେପି କର୍ମୀଙ୍କୁ ବିଜେଡି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ବୁଥ୍ ରିଗିଂ କରିବାକୁ ଚେଷ୍ଟାବେଳେ ବିଜେପି କର୍ମୀଙ୍କୁ ବିରୋଧ କରିବା ଯୋଗୁଁ ଉଭୟ ଗୋଷ୍ଠୀ ମଧ୍ୟରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା କ୍ରମେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ସୂଚନା ରହିଛି । ତେବେ ଆଜି ଘଷିପୁରା ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ କଠୋର ମତ ପୋଷଣ କରିବା ପରେ ବି ଭଞ୍ଜନଗରରେ ଏହି ଘଟଣା ସାମ୍ନାକୁ ଆସିଛି ।