ଜେପି ନଡ୍ଡାଙ୍କ ବଡ ବୟାନ । କହିଲେ, ପ୍ରଥମେ ଆରଏସଏସର ଆବଶ୍ୟକ ଥିଲା, ଏବେ ବିଜେପି ସକ୍ଷମ । କାଶୀ-ମଥୁରାରେ ମନ୍ଦିର ନିର୍ମାଣ ନେଇ କୌଣସି ଯୋଜନା ନାହିଁ

1,759

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ଭିତରେ ଏକ ବଡ ବୟାନ ଦେଇଛନ୍ତି । ସେ ଏକ ସାକ୍ଷାତକାରରେ ସେ କହିଛନ୍ତି କି, କିଛି ବର୍ଷ ପୂବେ ବିଜେପିକୁ ସଂଘ ପରିବାରର ସହାୟତା ଆବଶ୍ୟକ ଥିଲା । ହେଲେ ଏବେ ବିଜେପି ନିଜେ ସକ୍ଷମ ହୋଇସାରିଛି । ଏବେ ବିଜେପି ନିଜକୁ ନିଜେ ଚଳାଇବାର କ୍ଷମତା ହାସଲ କରିଛି । କେବଳ ସେତିକି ନୁହେଁ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ନିର୍ବାଚନୀ ସଭାରେ ଯେଉଁ କଥା କହୁଛନ୍ତି କି, ପୁଣି କେନ୍ଦ୍ରରେ ବିଜେପି ସରକାର ଆସିଲେ କାଶୀ-ମଥୁରାରେ ମନ୍ଦିର ନିର୍ମାଣ ହେବ । ଏହା ଉପରେ ନଡ୍ଡା କହିଛନ୍ତି କି, କାଶୀ-ମଥୁରାରେ ମନ୍ଦିର ନିର୍ମାଣ କରିବା ନେଇ ଏବେ କୌଣସି ଯୋଜନା ନାହିଁ ।

ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ନଡ୍ଡା କହିଛନ୍ତି କି, ଆରମ୍ଭରୁ ବିଜେପି ଅକ୍ଷମ ଥିଲା, ସେତେବେଳେ ଆରଏସଏସର ସହାୟତା ଆବଶ୍ୟକ ପଡୁଥିଲା । ହେଲେ ଏବେ ବିଜେପି ନିଜେ ସକ୍ଷମ ହୋଇଛି ଓ ନିଜକୁ ନିଜେ ଚଳାଇବାର କ୍ଷମତା ହାସଲ କରିଛି । ଅନ୍ୟପଟେ କାଶୀ-ମଥୁରାରେ ଥିବା ବିବାଦୀୟ ସ୍ଥଳରେ ମନ୍ଦିର ନିର୍ମାଣ ନେଇ ବିଜେପିର ଅନ୍ୟ ନେତାମାନେ ଦାବି କରୁଥିବା ବେଳେ ଏହାକୁ ନଡ୍ଡା ଖଣ୍ଡନ କରିଛନ୍ତି । ସେ କହିଛନ୍ତି କି, ବିଜେପି ପାଖରେ ଏଭଳି କୌଣସି ବିଚାର, ଯୋଜନା ବା ଇଚ୍ଛା ନାହିଁ । ଏହା ଉପରେ ଏପର୍ଯ୍ୟନ୍ତ କୌଣସି ଚର୍ଚ୍ଚା ହୋଇନାହିଁ । ନଡ୍ଡା କହିଛନ୍ତି କି ପାର୍ଟିର ବିଚାର ପ୍ରକ୍ରିୟା ସଂସଦୀୟ କମିଟର ଚର୍ଚ୍ଚା ପରେ ସ୍ଥିର ହୋଇଥାଏ । ଏହାପରେ ପ୍ରସଙ୍ଗ ଜାତୀୟ କାଉଁସିଲ ପାଖକୁ ପଠାଯାଇଥାଏ । ନଡ୍ଡା କହିଛନ୍ତି କି, ଏବେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଗରିବ, ଶୋଷିତ, ଦଳିତ, ମହିଳା, ଯୁବବର୍ଗ ଓ କୃଷକଙ୍କର ବିକାଶ ଉପରେ ରହିଛି ।