Daily Archives

December 22, 2022

ଦିବ୍ୟାଙ୍ଗ ବୋଲି ପର କରିଦେଲେ ପରିବାର । ସାହାଯ୍ୟ ପାଇଁ ଧାରଣାରେ ବସିଲେ ଉମାକାନ୍ତ ।

କନକ ବ୍ୟୁରୋ: ଦିବ୍ୟାଙ୍ଗ ବୋଲି ପର କରିଦେଲେ ପରିବାର । ଏକା ଏକା ଚଳିବାକୁ ସଂଘର୍ଷ କରୁଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେତିରା ଗାଁର ଭିନ୍ନକ୍ଷମ ଉମାକାନ୍ତ ପଣ୍ଡା । ପ୍ରଶାସନ ସହାୟତା ପାଇଁ ଅନେକ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ନ୍ୟାୟ ପାଇଁ ଉପଜିଲ୍ଲାପାଳଙ୍କ…

ନକଲି ଶ୍ରମ ଅଧିକାରୀଙ୍କୁ ଧରି ଥାନାରେ ଦେଲେ ଅସଲି ଶ୍ରମ ଅଧିକାରୀ । କୋରାପୁଟ ବୈପାରିଗୁଡ଼ା ବ୍ଲକରେ ଶ୍ରମକାର୍ଡ ବାଣ୍ଟି…

କନକ ବ୍ୟୁରୋ: ନିଜକୁ ଶ୍ରମ ଅଧିକାରୀ କହି ଗାଁ ଗାଁ ବୁଲି ଶ୍ରମକାର୍ଡ ବାଣ୍ଟି ଲୁୁଟୁଥିଲେ ଟଙ୍କା । ନକଲି ଶ୍ରମ ଅଧିକାରୀକୁ ଧରି ପୋଲିସ ଜିମା ଦେଲେ ପ୍ରକୃତ ଶ୍ରମ ଅଧିକାରୀ । ଏକ ନମ୍ବର ବିହୀନ ବାଇକ ସହ ୧୩୩ଟି ଡୁପ୍ଲିକେଟ୍ ଶ୍ରମକାର୍ଡ, କମ୍ପୁଟର, ଗୋଟିଏ କଲ ପ୍ରିଣ୍ଟର, ୩୫ଶହ ଟଙ୍କା ସହ…

ନିର୍ଦ୍ଦୟ ମା, ଶିଶୁକନ୍ୟାକୁ ଲଗାଇଲା ଚେଙ୍କ । କୋଣାର୍କ ରାଜୀବ କଲୋନୀରୁ ଆସିଲା ଅଭାବନୀୟ ଚିତ୍ର

କନକ ବ୍ୟୁରୋ: ନିର୍ଦ୍ଦୟ ମା, ଶିଶୁକନ୍ୟାକୁ ଲଗାଇଲା ଚେଙ୍କ । କୋଣାର୍କ ଏନଏଏସି ୱାର୍ଡର ରାଜୀବ କଲୋନୀରେ ଘଟିଛି ଏଭଳି ଘଟଣା । ରାଜକିଶୋର ପାତ୍ରଙ୍କ ଘରେ ଭଡାରେ ରହୁଥିବା ଏକ ପରିବାର ନିଜ ୭ ବର୍ଷର ଶିଶୁକନ୍ୟାକୁ ଲୁହା ଖଡିକାରେ ଚେଙ୍କ ଲଗାଇଦେଇଛି । ପିଲାର ପାଟି ଶୁଣି ପଡୋଶୀମାନେ…

ହାତୀର ମୃତଦେହକୁ ପୋଡ଼ି ନଦୀର ଭସାଇଦେବା ଘଟଣାରେ ଆସିଲା ନୂଆମୋଡ଼ । ଆତ୍ମହତ୍ୟା କରିଥିବା ପ୍ରତ୍ୟକ୍ଷଦର୍ଶୀ ତୁରାମ…

କନକ ବ୍ୟୁରୋ: ଶିମିଳିପାଳ ଜେନାବିଲ ରେଞ୍ଜରେ ହାତୀର ମୃତଦେହକୁ ପୋଡ଼ି ନଦୀର ଭସାଇଦେବା ଘଟଣାରେ ଆସିଲା ନୂଆମୋଡ଼ । ପ୍ରତ୍ୟକ୍ଷଦର୍ଶୀ ଅସ୍ଥାୟୀ ବନକର୍ମଚାରୀ ତୁରାମ ପୂର୍ତ୍ତି ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ମୃତକଙ୍କ ସ୍ତ୍ରୀ । ହାତୀ ମୃତ୍ୟୁ ଘଟଣାରେ…

କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଲେଖିବା ଗାୟତ୍ରୀବାଳା ପଣ୍ଡା । କବିତା ‘ଦୟାନଦୀ’ ପାଇଁ ହେବେ…

କନକ ବ୍ୟୁରୋ: କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି ଲେଖିକା ଗାୟତ୍ରୀ ବାଳା ପଣ୍ଡା । କବିତା ପୁସ୍ତକ ଦୟାନଦୀ ପାଇଁ ସମ୍ମାନଜନକ ସାହିତ୍ୟ ଏକାଡେମୀ ୨୦୨୨ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସେ ଏକାଧାରରେ ଜଣେ କବି, ଲେଖିକା, ଏବଂ ଗାଳ୍ପିକା । ତାଙ୍କ ଲିଖିତ…

ମୁଖ୍ୟମନ୍ତ୍ରୀଙ୍କ ସଭାରେ କଳା ଡ୍ରେସକୁ ମନା। ହଟହଟା ହେଲେ ସାଧାରଣ ଲୋକେ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ସଭାରେ କଳା ଡ୍ରେସକୁ ମନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତରେ ଯାଇ ସେଠାରେ ପୋଲିସ ଲାଇନ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନେକ ଲୋକଙ୍କୁ ହଟହଟା ହେବାକୁ…