ସାରା ଦେଶରେ ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟରେ ୪୯ ଲୋକସଭା ଆସନରେ ମତଦାନ । ମୈଦାନରେ ୯ କେନ୍ଦ୍ରମନ୍ତ୍ରୀ ।

56

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ର ଆଜି ପଞ୍ଚମ ପର୍ୟ୍ୟାୟ ଭୋଟିଂ । ଆଜି ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ଆଜି ମତଦାନ ଆରମ୍ଭ ହୋଇଛି। ପଞ୍ଚମ ପର୍ୟ୍ୟାୟ ନିର୍ବାଚନରେ ରାଜନାଥ ସିଂହ, ସ୍ମୃତି ଇରାନୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଲକ୍ଷ୍ନୌ ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ମଧ୍ୟ ମତଦାନ ଚାଲିଛି।