ଇରାନ୍ ରାଷ୍ଟ୍ରପତିଙ୍କ ପତ୍ତା ମିଳୁନି । ଉଦ୍ଧାର କାର୍ଯ୍ୟରେ ଲାଗିଛି ୪୦ ଟିମ୍ । ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ।

247

କନକ ବ୍ୟୁରୋ: ଇରାନ୍ ରାଷ୍ଟ୍ରପତିଙ୍କ ମିଳୁନି ପତ୍ତା । ୧୭ ଘଣ୍ଟା ପରେ ବି ରାଷ୍ଟ୍ରପତିଙ୍କ କୌଣସି ସନ୍ଧାନ ପାଇପାରିନି ଉଦ୍ଧାରକାରୀ ଟିମ୍ । ସୂଚନା ମୁତାବକ, ରବିବାର ଭାରତୀୟ ସମୟ ଅନୁସାରେ ଦିନ ୩ଟା ସମୟ ପାଖାପାଖି ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସି ଆଜରାବୈଜାନରୁ ଫେରୁଥିବାବେଳେ ତାଙ୍କ ହେଲିକାପ୍ଟର ପୂର୍ବ ଆଜରାବୈଜାନ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାଙ୍କ ସହ ଆଉ ୨ଟି ହେଲିକପ୍ଟର ଥିବାବେଳେ ସେଗୁଡିକ ଫେରିଆସିଥିଲା । କିନ୍ତୁ ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ନିଖୋଜ ହୋଇଯାଇଥିଲା ।

ଇବ୍ରାହିମଙ୍କ ସହ ହେଲିକପ୍ଟରରେ ଇରାନ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାହିୟନ୍ , ପର୍ବ ଅଜରାବୈଜାନର ଗଭର୍ଣ୍ଣର ମାଲେକ ରହମତି, ଓ ଧାର୍ମିକ ନେତା ମୋହମ୍ମଦ ଅଲି ଆଲେ ହାସେମ୍ ଆଦି ଥିଲେ । ଦୁର୍ଘଟଣାପରେ ସେମାନଙ୍କର ମଧ୍ୟ ପତ୍ତା ମିଳୁନି । ଉଦ୍ଧାରକାର୍ଯ୍ୟରେ ୪୦ଟି ଟିମ୍ ଲାଗିଥିବାବେଳେ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନଥିବା ସୂଚନା ରହିଛି ।