କନକ ବ୍ୟୁରୋ: ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବଡଦାଣ୍ଡରେ ମେଗା ରୋଡ୍ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତାଙ୍କ ସହ ଅଛନ୍ତି ମନମୋହନ ସାମଲ ଓ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ରୋଡ ଶୋ’ ସମୟରେ ବଡ ଦାଣ୍ଡରେ ଦେଖିବାକୁ ମିଳିଥିଲା ପ୍ରବଳ ଜନସମାଗମ । ମୋଦୀଙ୍କ ସହ ତାଳ ଦେଇ ଚାଲିଥିଲେ ମୋଦୀଙ୍କ ସମର୍ଥକ । ଏହାସହ ମୋଦୀଙ୍କ ଝଲକ ନେବାକୁ ରାସ୍ତା କଡ ଓ ପ୍ରତି ଘର ଛାତ ଉପରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଆଜି ମୋଦୀଙ୍କ ରୋଡ ଶୋ’ ପାଇଁ ବଡଦାଣ୍ଡ ସହ ପୁରା ପୁରୀ ସହରକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି ।
ବଡଦାଣ୍ଡରେ ମୋଦୀଙ୍କ ମେଗା ରୋଡ ଶୋ’ । ବିପୁଳ ଜନସମାଗମ ଭିତରେ ଶୁଭୁଛି ମୋଦୀଙ୍କ ନାରା ।
/kanak/media/post_attachments/wp-content/uploads/2024/05/Screen-Shot-2024-05-20-at-8.20.17-AM.png)