Daily Archives

April 2, 2021

ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସହ କାଳବୈଶାଖୀ ସମ୍ଭାବନା । ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା…

କନକ ବ୍ୟୁରୋ: ବିଗତ ପାଞ୍ଚ ଦିନ ଧରି ରାଜ୍ୟରେ ଲାଗିରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଆଜି କିଛିଟା ଉନ୍ନତି ଘଟିଛି। ଆଜି ସୂର୍ଯ୍ୟଙ୍କ କିରଣ ଓ ତାପ ଏତେଟା ପ୍ରଖର ନଥିବା ସହ ବାୟୁର ଦିଗ ପରିବର୍ତ୍ତନ ହୋଇଥିବା କାରଣରୁ ରାଜ୍ୟ ମଧ୍ୟକୁ ଝାଞ୍ଜି ପବନ ପ୍ରବାହିତ ହେଉନାହିଁ। ଏବେ ରାଜ୍ୟକୁ…

ଝାରସୁଗୁଡାରେ ବନ୍ଦ ହେଲା ସମସ୍ତ ସାପ୍ତାହିକ ହାଟ । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । 

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଝାରସୁଗୁଡାରେ ସାପ୍ତାହିକ ହାଟ ବନ୍ଦ ନିଷ୍ପତ୍ତି । ଜିଲ୍ଲାରେ ଥିବା ସମସ୍ତ ସାପ୍ତାହାକ ହାଟ ବନ୍ଦ ରହିବ । ୩ ସପ୍ତାହ ଯାଏଁ ହାଟ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଲେ ଝାରସୁଗୁଡା ଜିଲ୍ଲାପାଳ । ପନିପରିବା ଓ ଆମିଷ…

ମାଲକାନଗିରି ଜିଲ୍ଲାକୁ ଫେରିଲା କରୋନା କଟକଣା । ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ ।

କନକ ବ୍ୟୁରୋ: ରାଜ୍ୟରେ କରୋନାର ଗ୍ରାଫ୍ ଉପରମୁହାଁ ହୋଇ ଗତି କରୁଥିବାବେଳେ ମାଲକାନଗିରି ଜିଲ୍ଲାକୁ ପୁଣି ଫେରିଛି କରୋନା କଟକଣା । ଏଣିକି ଜନଗହଳି ପୂର୍ଣ୍ଣ ଅଂଚଳକୁ ଗଲେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରିଛି ମାଲକାନଗିରି  ଜିଲ୍ଲା ପ୍ରଶାସନ । ଏହାସହ ସମସ୍ତ ବ୍ୟବସାୟ…

ଛତିଶଗଡର ଦୁର୍ଗ ଜିଲ୍ଲାରେ ୬ ଏପ୍ରିଲରୁ ୯ ଦିନିଆ ଲକଡାଉନ । ଜରୁରୀକାଳୀନ ସେବା ଚାଲୁ ରହିବ, ସଂକ୍ରମଣକୁ ଦୃଷ୍ଟିରେ ରଖି…

କନକ ବ୍ୟୁରୋ : ଓଡିଶା ସୀମାନ୍ତ ତଥା ଛତିଶଗଡର ଦୁର୍ଗ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ଦୁର୍ଗରେ ୬ ଏପ୍ରିଲରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଦୁର୍ଗ…

କରୋନା ସଂକ୍ରମିତ ହେଲେ ରବର୍ଟ ଭଦ୍ରା । ସଙ୍ଗରୋଧରେ ରହିଲେ ପ୍ରିୟଙ୍କା । ରଦ୍ଦକଲେ ସମସ୍ତ ନିର୍ବାଚନୀ ସଭା

କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ମିଳିବା ପରେ ପ୍ରିୟଙ୍କା ଗାନ୍ଧୀ ନିଜକୁ ସମସ୍ତ ନିର୍ବାଚନୀ ସଭାରୁ ବିରତ ରହିଛନ୍ତି । ହେଲେ କୋଭିଡ୍ ଟେଷ୍ଟ ବେଳେ ପ୍ରିୟଙ୍କା ନେଗେଟିଭ୍ ଥିବା…

ଜଲ୍ଲିକାଟୁକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । କହିଲେ, ଏହି ଖେଳକୁ ସମାପ୍ତ କରିବାକୁ ଚାହୁଁଥିଲା କଂଗ୍ରେସ । 

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଏବଂ ଆସାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରଠାରୁ ଦକ୍ଷିଣ ଭାରତର ଦୁଇ ରାଜ୍ୟ ତାମିଲନାଡୁ ଏବଂ କେରଳରେ ପ୍ରଚାରର ଦାୟିତ୍ୱ ନେଇଛନ୍ତି । ଆଉ ମୋଦୀ ଆଜି ଭୋଟରଙ୍କ ସମର୍ଥନ ପାଇବା ପାଇଁ ଜଲ୍ଲିକାଟୁ କାର୍ଡ ଖେଳିଛନ୍ତି । ମୋଦୀ ଆଜି ମଦୁରାଇରେ ହୋଇଥିବା…