କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ମିଳିବା ପରେ ପ୍ରିୟଙ୍କା ଗାନ୍ଧୀ ନିଜକୁ ସମସ୍ତ ନିର୍ବାଚନୀ ସଭାରୁ ବିରତ ରହିଛନ୍ତି । ହେଲେ କୋଭିଡ୍ ଟେଷ୍ଟ ବେଳେ ପ୍ରିୟଙ୍କା ନେଗେଟିଭ୍ ଥିବା ଜଣାପଡିଛି । ଏହାକୁ ନେଇ ପ୍ରିୟଙ୍କା କହିଛନ୍ତି କି ଡାକ୍ତରଙ୍କ ପରାମର୍ଶକ୍ରମେ ସେ ନିଜକୁ ସଂଗରୋଧରେ ରଖିଛନ୍ତି । ଏନେଇ ସେ ତାମିଲନାଡୁ, କେରଳ ଓ ଆସାମର କଂଗ୍ରେସ କର୍ମୀ କ୍ଷମାମାଗି କହିଛନ୍ତି କି ମୁଁ ଆଗାମୀ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବି ନାହିଁ ।
हाल में कोरोना संक्रमण के संपर्क में आने के चलते मुझे अपना असम दौरा रद्द करना पड़ रहा है। मेरी कल की रिपोर्ट नेगेटिव आई है मगर डॉक्टरों की सलाह पर मैं अगले कुछ दिनों तक आइसोलेशन में रहूँगी। इस असुविधा के लिए मैं आप सभी से क्षमाप्रार्थी हूँ। मैं कांग्रेस विजय की प्रार्थना करती हूँ pic.twitter.com/B1PlDyR8rc
— Priyanka Gandhi Vadra (@priyankagandhi) April 2, 2021
ଟ୍ୱିଟ କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ମୁଁ ଆସିଥିବାରୁ ମୁଁ ଆଗାମୀ ଆସାମ ଗସ୍ତ କାର୍ଯ୍ୟକ୍ରମ ବାତିଲ କରୁଛି । ମୋର କୋଭିଡ ରିପୋର୍ଟ ନେଗେଟିଭ୍ ଆସିଛି । କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ଏବେ କିଛିଦିନ ସଂଗରୋଧରେ ରହିବି ।
କହିରଖୁ କି କେରଳ, ଆସାମ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପଣ୍ଡିଚେରୀରେ ଚାଲିଥିବା ବିଧାନସଭା ନିର୍ବାଚନରେ ପ୍ରିୟଙ୍କା କଂଗ୍ରେସ ତରଫରୁ ଏକ ବଡ ଭୂମିକା ନିର୍ବାହ କରୁଥିଲେ ।