ଝାରସୁଗୁଡାରେ ବନ୍ଦ ହେଲା ସମସ୍ତ ସାପ୍ତାହିକ ହାଟ । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । 

191

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଝାରସୁଗୁଡାରେ ସାପ୍ତାହିକ ହାଟ ବନ୍ଦ ନିଷ୍ପତ୍ତି । ଜିଲ୍ଲାରେ ଥିବା ସମସ୍ତ ସାପ୍ତାହାକ ହାଟ ବନ୍ଦ ରହିବ । ୩ ସପ୍ତାହ ଯାଏଁ ହାଟ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଲେ ଝାରସୁଗୁଡା ଜିଲ୍ଲାପାଳ ।

ପନିପରିବା ଓ ଆମିଷ ଅନ୍ୟତ୍ର ବିକ୍ରି ବ୍ୟବସ୍ଥା ହେବ । କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲାପ୍ରଶାସନ । ଆଜି ଜିଲ୍ଲାରେ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ଆଗୁଆ ପଦକ୍ଷେପ ନେଇଛି ପ୍ରଶାସନ ।

ଆଜି ରାଜ୍ୟରେ ସର୍ବାଧିକ ୪୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୨ ହଜାର ୫୮୬ କରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।