ଦୁଇ ନାବାଳିକାଙ୍କୁ ଗୋଆ ସମୁଦ୍ରକୂଳରେ ଗଣଦୁଷ୍କର୍ମ ଘଟଣା । ଦୁଷ୍କର୍ମ ପାଇଁ ପିତାମାତାଙ୍କୁ ଦାୟୀ କରି ବିବାଦରେ ଗୋଆ ମୁଖ୍ୟମନ୍ତ୍ରୀ ।

291

କନକ ବ୍ୟୁରୋ : ରବିବାର ୨ ନାବାଳିକାଙ୍କ ସହ ଗୋଆ ସମୁଦ୍ର କୂଳରେ ଗଣଦୁଷ୍କର୍ମ ହେବା ପରେ ଆଜି ଏହି ଘଟଣାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ଗଣଦୁଷ୍କର୍ମ ପାଇଁ ସେ ଦୁଇଜଣ ପିଲାଙ୍କ ମାତାପିତାଙ୍କୁ ଦାୟୀ କରିଥିବାବେଳେ ବିଳମ୍ବିତ ରାତିରେ ଦୁହେଁ କ’ଣ ପାଇଁ ସମୁଦ୍ର କୂଳରେ ଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ଏଥିରେ ତାଙ୍କ ସରକାର କି ପୁଲିସର କିଛି ବି ଭୁଲ ନଥିବା ସେ କହିଛନ୍ତି |

ବୁଧବାର ଦିନ ବିଧାନସଭାରେ ଏହି ଘଟଣାକୁ ନେଇ ବିତର୍କ ବେଳେ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, “ଯେତେବେଳେ ୧୪ ବର୍ଷର ପିଲାମାନେ ରାତିସାରା ସମୁଦ୍ର କୂଳରେ ରୁହନ୍ତି, ସେତେବେଳେ ପିତାମାତାଙ୍କୁ ଏନେଇ ଧ୍ୟାନ ଦେବା ଆବଶ୍ୟକ। ପିଲାମାନେ ପିତାମାତାଙ୍କ କଥା ନଶୁଣିଲେ, ସରକାର ଏବଂ ପୁଲିସ ଏହାର ଦାୟିତ୍ୱ ନେଇ ପାରିବେ ନାହିଁ। ନିଜ ପିଲାମାନଙ୍କର ସୁରକ୍ଷା ନିଶ୍ଚିତ କରିବା ପିତାମାତାଙ୍କର ଦାୟିତ୍ୱ |

ଏଭଳି ମନ୍ତବ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଗୋଆ ଫରୱାର୍ଡ ପାର୍ଟି ବିଧାୟକ ବିଜୟ ସର୍ଦ୍ଦାର କହିଛନ୍ତି, “ନାଗରିକଙ୍କ ସୁରକ୍ଷା ହେଉଛି ପୁଲିସ ଏବଂ ରାଜ୍ୟ ସରକାରଙ୍କ ଦାୟିତ୍ୱ । ଯଦି ସେମାନେ ଆମକୁ ଏହା ଯୋଗାଇ ପାରିବେ ନାହିଁ, ତେବେ ମୁଖ୍ୟମନ୍ତ୍ରୀ ପଦରେ ବସିବାର ତାଙ୍କର ଅଧିକାର ନାହିଁ। “