ଆକ୍ସନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କୁ ଭେଟି ବିଭିନ୍ନ ପ୍ରକଳ୍ପ ଉପରେ କଲେ ଆଲୋଚନା, ବିରୋଧୀ ଦଳଙ୍କୁ ଏକଜୁଟ କରୁଥିବା ଦିଲ୍ଲୀ ଦରବାରରେ ଚର୍ଚ୍ଚା

202

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଲ୍ଲୀ ଗସ୍ତରେ ଥିବା ମମତା ଗୋଟିଏ ପଟେ ମୋଦି ବିରୋଧୀଙ୍କୁ ଏକଜୁଟ କରୁଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ଆଜି କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ବାସଭବନରେ ତାଙ୍କୁ ଭେଟି ଆଲୋଚନା କରିଛନ୍ତି । ବିଭିନ୍ନ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମମତା ବାନାର୍ଜୀ ।
୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ମୋଦୀ ସରକାର ଓ ବିଜେପି ବିରୋଧରେ ମେଳି ବନ୍ଧିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଗତକାଲି କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ବୈଠକରେ ସୋନିଆଙ୍କ ସହ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂବରୁ ବିରୋଧୀଙ୍କୁ ଏକଜୁଟ କରି ବିଜେପି ବିରୋଧୀ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ମମତା । ଏହି ବିରୋଧୀ ମେଣ୍ଟର ନେତୃତ୍ୱ କିଏ ନେବ, ଏ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯିଏ ବି ଏହି ମେଣ୍ଟର ନେତୃତ୍ୱ ନିଅନ୍ତୁ, ସେ ଜଣେ ସୈନିକ ଭଳି କାମ କରିବେ ।