ଅଗ୍ନିକାଣ୍ଡରେ ୨ ଲକ୍ଷ ଟଙ୍କାର କ୍ଷତି : ୨ ପରିବାର ହେଲେ ସର୍ବସ୍ୱାନ୍ତ

36

କନକବ୍ୟୁରୋ : ଅଗ୍ନିକାଣ୍ଡ ଘଟି ହୋଇଛି ବ୍ୟାପକ କ୍ଷତି । ଶନିବାର ବିଳମ୍ବିତ ରାତିରେ ବାଲେଶ୍ୱର ଚାନ୍ଦାବାଲିର ମହାନ୍ତି ସାହିରେ ନିଆଁ ଲାଗି ୨୦୦୦ ହଜାର କୁକୁଡାଙ୍କ ମୃତ୍ୟୁ ହେବା ସହ ୨ ପରିବାରର ଅନେକ ବହୁମୂଲ୍ୟ ସମ୍ପତ୍ତି ଜଳି ନଷ୍ଟ ହୋଇଯାଇଛି । ଘଟଣା ସଂପର୍କରେ କେହି କିଛି ବୁଝିଲା ବେଳକୁ ସବୁକିଛି ଜଳି ଛାରଖାର ହୋଇସାରିଥିଲା ।

ରାତି ସମୟରେ ଚକ୍ରଧର ମହାନ୍ତିଙ୍କ ପୁଅ ସ୍ଥାନୀୟ ବିଲରେ ୨ ଗୋଟି କୁୁକୁଡା ଫାର୍ମକରି ବ୍ୟବସାୟ କରୁଥିଲେ । ତେବେ କୈାଣସି କାରଣରୁ ଏଥିରେ ନିଆଁ ଲାଗି ପଡୋଶୀ ଭୀମଶେନ ଓ ପଞ୍ଚାନନ ରାଉତଙ୍କ ଘରକୁ ନିଆଁ ବ୍ୟାପିଯାଇଥିଲା । ରାତିରେ ସମସ୍ତେ ଶୋଇ ପଡିଥିବାରୁ କେହି କିଛି ବି ଜାଣି ପାରିନଥିଲେ । ତେଣୁ ଘରର କୈାଣସି ଜିନିଷ ବାହାର କରିପାରିନଥିଲେ । କେବଳ ପିନ୍ଧିବା ଲୁଗାକୁ ଛାଡି ଦେଲେ ଅନ୍ୟ କୈାଣସି ବି ସାମଗ୍ରୀ ବାହାର କରିପାରି ନାହାନ୍ତି ରାଉତ ପରିବାର ।

ନିଆଁ ଲାଗିବା ଘଟଣା ଜଣାପଡିବା ପରେ ଗ୍ରାମବାସୀମାନେ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ । ତେବେ ଚାନ୍ଦବାଲି ଓ ଗଦୀ ଅଞ୍ଚଳରୁ ୩ ଟି ଦମକଳ ଆସି ନିଆଁରୁ ଆୟତ୍ତ କରିଛନ୍ତି । ସେହି ଗ୍ରାମରେ ଜଣଙ୍କ ବାହାଘରର ବରଯାତ୍ରୀରେ ଲୋକମାନେ ପଳାଇଥିବାରୁ ନିଆଁକୁ ଆୟତ୍ତ କରିବା ଗ୍ରାମବାସୀଙ୍କ ପକ୍ଷରେ ସମ୍ଭବ ହୋଇ ପାରିନଥିଲା ।

ତେବେ ଅଗ୍ନିକାଣ୍ଡରେ ସବୁକିଛି ହରାଇଥିବା ଅଗ୍ନି ବିପନ୍ନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେବା ସହ ୭ ଦିନ ମାଗଣାରେ ଖାଇବା ଯୋଗାଇ ଦେବାକୁ ଦାବୀ କରାଯାଇଛି ।