ମାଲକାନଗିରିରେ ସଶସ୍ତ୍ର ଡକାୟତି ! ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କଠାରୁ ୬ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ

57

କନକ ବ୍ୟୁରୋ: ସ୍ପଷ୍ଟ ଦିବାଲୋକରେ ଲୁଟି ନେଲେ ଦୁର୍ବୃତ । ସଶସ୍ତ୍ର ଡକାୟତିର ଖବର ଆସିଛି ମାଲକାନଗିରି ସଦର ମହକୁମାରୁ । ଗତ କାଲି ଅପରାହ୍ନରେ ମାଲକାନଗିରି ସହରର ଜଣେ ହାର୍ଡୱେୟାର ବ୍ୟବସାୟୀ , ତାଙ୍କ କର୍ମଚାରୀ ଜରିଆରେ ୬ଲକ୍ଷ ୩୦ ହଜାର ଟଙ୍କା ବ୍ୟାଙ୍କକୁ ପଠାଉ ଥିଲେ । ଆଉ ଏହାର କିଛି ସମୟ ପରେ ମାଲକାନଗିରି ପୁର୍ତ ବିଭାଗର କାର୍ଯ୍ୟାଳୟ ନିକଟରେ ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ ଗାଡି ଅଟକାଇ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିଲେ, ଛୁରି ରେ ଆକ୍ରମଣ କରି ଟଙ୍କା ବ୍ୟାଗ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଆଉ ଦୁଇ ଡକାୟତଙ୍କ ଖସି ପଳାଇବାର ଚିତ୍ର ନିକଟରେ ଥିବା ବିଭିନ୍ନ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ପୁଲିସ ଅପରାଧୀଙ୍କ ସମ୍ପର୍କରେ ଏଯାଏଁ ଟେର ପାଇ ନଥିବା ସୂଚନା ରହିଛି ।