ଟେଲିକମ୍ କଂପାନୀର ସବୁଠୁ ଶସ୍ତା ଅଫର । ମାତ୍ର ୧୯ ଟଙ୍କା ରିଚାର୍ଜ କରି ଉଠାନ୍ତୁ କୌଣସି ବି ମୋବାଇଲ ନେଟୱର୍କରେ ମନଇଚ୍ଛା ଗପିବାର ମଜା ସହ ହାଇସ୍ପିଡ ଇଂଟରନେଟର ସୁବିଧା

5,837

କନକ ବ୍ୟୁରୋ: ସାଧାରଣତଃ ଆମେ ଫୋନ ରିଚାର୍ଜ କରିବା ସମୟରେ ସବୁବେଳେ ଶସ୍ତା ପ୍ଲାନ ହିଁ ପ୍ରଥମେ ଖୋଜିଥାନ୍ତି । ସମସ୍ତେ ଚାହାଁନ୍ତି କି ଏମିତି କିଛି ପ୍ଲାନ ଟେଲିକମ୍ କଂପାନୀମାନେ ଲଂଚ କରନ୍ତୁ ଯାହାର ଦାମ୍ କମ ଥିବ ଆଉ ଫାଇବା କିନ୍ତୁ ଅଧିକ ମିଳୁଥିବ । ହେଲେ ଆଜିର ଏହି ମହଙ୍ଗା ଜମାନାରେ ଏମିତିକା ସୁବିଧା ମିଳିବା ବି କାଠିକର ବିଷୟ ନୁହେଁ । କାହିଁକି ନା  ଗ୍ରାହକଙ୍କୁ ଆକୃଷ୍ଠ କରିବା ପାଇଁ ଏବେ ଟେଲିକମ କଂପାନୀମାନଙ୍କ ମଧ୍ୟରେ ଟକ୍କର ଚାଲିଛି । କିଏ ଶସ୍ତା ପ୍ଲାନ ଲଂଚ କରି ତ ପୁଣି କିଏ ହାଇସ୍ପିଡ ଡାଟାର ଲୋଭ ଦେଖାଇ ଗ୍ରାହକଙ୍କୁ ନିଜ ପ୍ରତି ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି । ଆଉ ଏଭଳି ହିଁ ଏକ ଶସ୍ତା ଅଫର ଏବେ ଗ୍ରାହକଙ୍କୁ ଭେଟି ଦେଇଛି ଭାରତୀ ଏୟାରଟେଲ୍ । ଯାହାର ଦାମ ରହିଛି ମାତ୍ର ୧୯ ଟଙ୍କା ।

ଏୟାରଟେଲର ୧୯ ଟଙ୍କିଆ ପ୍ଲାନ୍ 

ଏୟାରଟେଲର ଏହା ହେଉଛି ସବୁଠୁ ଶସ୍ତା ପ୍ଲାନ । କଂପାନୀ ଏହି ପ୍ଲାନକୁ ‘‘Truly Unlimited’  କାଟାଗୋରୀରେ  ରଖିଛି  । ଅର୍ଥାତ୍ ଏଥିରେ ଅନଲିମିଡେଟ କଲିଂର ସୁବିଧା ଦିଆଯାଇଛି । ଏହି ପ୍ଲାନର ବିଶେଷତ୍ୱ ହେଉଛି ଏଥିରେ ମିଳୁଥିବା ଫ୍ରି କଲିଂର ସୁବିଧା । କାରଣ ଏତେ କମ ମୂଲ୍ୟରେ ଅସୀମ କଲିଂ ଭଳି ସୁବିଧା ବାସ୍ତବରେ ବହୁତ ଲାଭ ଦାୟକ । ତେବେ ଏୟାରଟେଲର ଏହି ପ୍ଲାନର ବୈଧତା ମାତ୍ର ୨ ଦିନ । ୧୯ ଟଙ୍କା ରିଚାର୍ଜ କରିି ଆପଣ ଦୁଇ ଦିନ ପର୍ଯ୍ୟନ୍ତ ମାଗଣାରେ କଥା ହୋଇପାରିବେ । ଅନ୍ୟପଟେ ଯଦି ଆମେ ଇଂଟରନେଟଂ ଡାଟା କଥା କହିବା ତେବେ ଗ୍ରାହକଙ୍କୁ ଏଥିରେ ୨୦୦ଏମବିର ଡାଟା ମିଳିବ ।  ମାତ୍ର ଏୟାରଟେଲର ଏହି ୧୯ ଟଙ୍କିଆ ପ୍ଲାନରେ ଫ୍ରି ଏସଏମଏସର ସୁବିଧା ନଥାଏ ।