ରେଳଲାଇନ୍ ଉଡାଇଲେ ମାଓବାଦୀ । ହାୱଡା-ମୁମ୍ବାଇ ମୁଖ୍ୟ ରେଳପଥରେ ଚଳାଚଳ ପ୍ରଭାବିତ

200

କନକ ବ୍ୟୁରୋ: ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ସୋନୁଆ ଓ ଲୋଟାପାହାଡ଼ ସେକ୍ସନ ମଧ୍ୟରେ ରେଳ ଲାଇନ ଉଡାଇଲେ ମାଓବାଦୀ । ଏହାଦ୍ୱାରା ହାୱଡା-ମୁମ୍ବାଇ ମୁଖ୍ୟ ରେଳ ପଥରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଯୁଦ୍ଧକାଳୀନ ଭିତିରେ କ୍ଷତିଗ୍ରସ୍ତ ରେଳ ଟ୍ରାକ ମରାମତି ଜାରି ରହିଛି । ରେଳ ଟ୍ରାକରେ ଲଗାଯାଇଥିବା ବ୍ୟାନରରେ ମାଓ ନେତା କିଷାନ ଜୀ ଓ ପତ୍ନୀ  ଶିଲା ମରାଣ୍ଡିଙ୍କ ଗିରଫଦାରୀ ପ୍ରତିବାଦରେ ମାଓବାଦୀ ବିସ୍ଫୋରଣ ଘଟାଇଥିବା ନେଇ ଉଲ୍ଲେଖ ରହିଛି । ଘଟଣା ସ୍ଥଳରେ ଝାଡ଼ଖଣ୍ଡ ପୋଲିସର ବରିଷ୍ଠ ଅଧିକାରୀ ଓ ଆରପିଏଫ ବାହିନୀ ପହଞ୍ଚି ତଦନ୍ତ ଜାରି ରଖିଛି ।