ପିଢ଼ୀ ପରେ ପିଢ଼ୀ ପରିବାର ପୋଷୁଛି ପାନ ଚାଷ । ପୋଲସରା ବ୍ଲକର ଖଣ୍ଡୁରୁ ଗାଁର ୨୦ଟି ପରିବାରକୁ ରୋଜଗାର ଯୋଗାଉଛି ପାନବରଜ 

168

କନକ ବ୍ୟୁରୋ: ପୋଲସରା ବ୍ଲକର ଖଣ୍ଡୁରୁ ଗ୍ରାମର ପାନପତ୍ର କହିଲେ ଆଖ ପାଖ ରେ ବହୁତ ନାମ କରିଛି । ବହୁ ବର୍ଷ ଧରି ପିଢି ପରେ ପିଢି ପାନ ଚଷ କରି ପରିବାର ପ୍ରତିପୋଷଣ କରୁଛନ୍ତି । କିଛି ଚାଷି ଏପରି ରହିଛନ୍ତି ଜମି ନଥାଇ ଲିଜ ସୁତ୍ରରେ ଆଣି ଦୁଇ ଗୁଣ କର ଜମି ମାଲିକ ଙ୍କୁ ଦେଇ ଚାଷ କାର୍ଯ୍ୟ ଚଳାଇଛନ୍ତିା ୨୦ରୁ ଅଧିକ ପରିବାର ବର୍ତମାନ ପାନପତ୍ର ଚାଷ କରି ଚଳୁଛନ୍ତି । ଏହି ପାନ ପୋଲସରା, ବୁଗୁଡା, ବେଲଗୁଣ୍ଠା, କବିସୂର୍ଯ୍ୟନଗର, ବ୍ରହ୍ମପୁର ରେ ବିକ୍ରିହୁଏ ।

ଥରୁଟିଏ ପାନ ଗଛ ଲଗାଇଲେ ତିନି ବର୍ଷ ପର୍ଯ୍ୟନ୍ତ ପତ୍ର ବିକ୍ରିହୁଏ । ପ୍ରଥମେ ଗଛ ଲଗାଇ ଛମାସ ପରେ ପତ୍ର ଆଦାୟ ଅରମ୍ଭ ହୁଏ । ଗଛକୁ ବଢାଇବା ପାଇଁ ବାଉଁଶ ଓ ଅଗସ୍ତି ଗଛର ଭରସା କରାଯାଏ । ପାନପତ୍ର ୧୦୦ କୁ ଏକ କାଟା କୁହାଯାଉଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ୪୦ ଟଙ୍କା । ପତ୍ର ତୋଳା ଯିବା ପରେ ଏହାକୁ ସଜାଇ ବିକ୍ରି ପାଇଁ ଯାଇଥାଏ ବର୍ତମାନ ୨୦ରୁ ଅଧିକ ପରିବାର ଚାଷ କାର୍ଯ୍ୟ କରୁଥିବା ବେଳେ ବହୁ ଚାଷି ଓହରି ଗଲେଣି ।