ଅଗଷ୍ଟରେ କୋହଳ ହେଲା କଟକଣା । ମଲ୍, ହୋଟେଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ଭକ୍ତଙ୍କ ପାଇଁ ଶୀଘ୍ର ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବାକୁ ଦାବି ।

171

କନକ ବ୍ୟୁରୋ : ଅଗଷ୍ଟ ଗାଇଡଲାଇନ କୋହଳ ପରେ ହଲ, ମଲ, ରେଷ୍ଟୁରାଂଟ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜଧାନୀରେ ରବିବାର ସପ୍ତାହାନ୍ତ ସଟଡାଉନ୍ ଥିବାରୁ ହଲ, ମଲ ଓ ରେଷ୍ଟୁରାଂଟରେ ସଫା କରିବା ସହ ସାନିଟାଇଜ କରାଯାଇଛି । ସେପଟେ ପୁରୀ ବେଳାଭୂମି ଖୋଲାଥିବା ବେଳେ କୋଭିଡ କଟକଣା ମାନି ପର୍ଯ୍ୟଟକ ବୁଲା ବୁଲି କରିଛନ୍ତି । ତେବେ ପର୍ଯ୍ୟଟକଙ୍କୁ ନେଇ ପୁରୀର ବ୍ୟବସାୟ ଚାଲୁଥିବାରୁ ଭକ୍ତଙ୍କ ପାଇଁ ଶୀଘ୍ର ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବାକୁ ଦାବି ହୋଇଛି ।

ଅଗଷ୍ଟରେ କୋହଳ ହେଲା କଟକଣା । ମଲ, ହୋଟେଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ମହାମାରୀ ଯୋଗୁଁ ବନ୍ଦ ପଡିଥିବା ହଲ, ମଲ, ହୋଟେଲ ଖୋଲିବାକୁ ସରକାରଙ୍କ ଅନୁମତି ପରେ ରାଜଧାନୀରେ ମଲ ଖୋଲିବାକୁ ପ୍ରସ୍ତୁତି ଚାଲିଛି । ରାଜଧାନୀରେ ରବିବାର ସପ୍ତାହନ୍ତ ସଟଡାଉନ ଥିବାରୁ ଗ୍ରାହକଙ୍କ ଚଳପ୍ରଚଳ କରୁଥିବା ସ୍ଥାନଗୁଡିକୁ ସଫା କରି ସାନିଟାଇଜ କରାଯାଉଛି । ପ୍ରାୟ ୩ ମାସ ପରେ ମଲ ଖୋଲିବାକୁ ଯାଉଥିବାରୁ କର୍ମଚାରୀ ମଧ୍ୟ ଉତ୍ସାହିତ ଅଛନ୍ତି । ସରକାର କିଛି କଟକଣା କୋହଳ କରିଛନ୍ତି, କିଛି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକଣା କୋହଳ ପରେ ଏ ହେଉଛି ପୁରୀ ବେଳାଭୂମିର ଦୃଶ୍ୟ । ଲକଡାଉନରେ ଘରେ ରହି ରହି ବିରକ୍ତ ହୋଇଥିବା ଲୋକେ କଟକଣା କୋହଳ ପରେ ବେଳାଭୂମିରେ ଫୁରସତ ସମୟ ବିତାଉଛନ୍ତି । ହୋଟେଲ, ରେଷ୍ଟୁରାଂଟରେ ଗ୍ରାହକ ବସି ଖାଇବାକୁ ଅନୁମତି ପରେ ପୁରୀର ହୋଟେଲ, ରେଷ୍ଟୁରାଂଟରେ ସଫାସୁତରା କରୁଛନ୍ତି କର୍ମଚାରୀ । ତେବେ ପର୍ଯ୍ୟଟକଙ୍କୁ ନେଇ ବ୍ୟବସାୟ ଚାଲୁଥିବାରୁ ଶୀଘ୍ର ଜଗନ୍ନାଥ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି ।

କୋଭିଡ କଟକଣା ପରଠୁ ମନୋରଂଜନ କରୁଥିବା ଫିଲ୍ମ ହଲ୍ ଖୋଲିବାକୁ ଯାଉଛି । ଅଗଷ୍ଟ ମାସ ପାଇଁ ଜାରି ମାର୍ଗଦର୍ଶିକାରେ ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ହଲ ଖୋଲିବାକୁ ଅନୁମତି ସଫାସୁତୁରା କରାଯାଉଛି । ତେବେ ରାଜ୍ୟର କଟକ, ଭୁବନେଶ୍ୱର, ପୁରୀରେ ସିନେମା ହଲକୁ ଯିବା ପାଇଁ ଦୁଇ ଡୋଜ ଟିକାକରଣର ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ । ସେପଟେ ଦରମା ବୃଦ୍ଧି ଦାବିରେ ମୋ ବସ ଡ଼୍ରାଇଭର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦରମା ବୃଦ୍ଧି ନହେଲେ ସୋମବାର ଠାରୁ ମୋ ବସ ଗଡ଼ିବନି ବୋଲି ଚେତାବନୀ ଦେଇଛନ୍ତି ।