ମରିଗଲା ମାନବିକତା…ବୃଦ୍ଧାଙ୍କ ପ୍ରତି ଆସିଲାନି ଟିକେ ବି ଦରଦ…ସଉଦା ଆଣିବାକୁ ଭୁଲିଗଲେ ବୋଲି ଅସହାୟ ବୃଦ୍ଧାଙ୍କ ଉପରେ ମହିଳାଙ୍କ ଅକଥନୀୟ ନିର୍ଯାତନା

ବୃଦ୍ଧାଙ୍କୁ ଅକଥନୀୟ ନିର୍ଯାତନାର ଦୃଶ୍ୟ କଏଦ ହେଲା କ୍ୟାମେରାରେ

880

କନକ ବ୍ୟୁରୋ: ମରିଗଲା ମାନବିକତା । ବୃଦ୍ଧାଙ୍କ ପ୍ରତି ଆସିଲାନି ଟିକେ ବି ଦରଦ । ଏହି ଖବରଟିକୁ ପଢିଲେ ମଣିଷ ପଣିଆକୁ ବି ଲଜ୍ଜା ଆସିଯିବ । ଅନୁଗୁଳରୁ ଆସିଛି ଏଭଳି ଛାତି ଥରା ଚିତ୍ର । ତେବେ ଏହି ଘଟଣାଟି ବୟାନ କରୁଛି ସଭ୍ୟ ସମାଜରେ ଲୁଚି ବସିଥିଲା ସଇତାନ ରୂପି ମଣିଷର ଅସଲ ଚେହେରା । ତେବେ ସଉଦା ଆଣିବାକୁ ଭୁଲିଯିବାରୁ ବୃଦ୍ଧାଙ୍କ ଏଭଳି ଦଣ୍ଡର ସାମ୍ନା କରିବାକୁ ପଡିଛି । ଆଉ ଅସହାୟ ବୃଦ୍ଧାଙ୍କୁ ମାଡ ମାରିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

ଘଟଣା ହେଉଛି ଅନୁଗୁଳ ଜିଲ୍ଲା ରେଙ୍ଗାଳି ବଜାରର । ବୃଦ୍ଧା ଜଣକ ହୋଟେଲରେ ବାସନ ମାଜିବା କାମ କରନ୍ତି । ତେବେ ପରିବା ଆଣିବାକୁ ଯାଇ ସଉଦା ଆଣିବାକୁ ଭୁଲିଗଲେ ବୋଲି ବୃଦ୍ଧାଙ୍କ ଉପରେ ହୋଇଛି ଏପରି ଅମାନୁଷିକ ଅତ୍ୟାଚାର । ମାନସିକ ଭାରସାମ୍ୟ ହରାଇବସିଥିବା ଏହି ଅସହାୟ ବୃଦ୍ଧାଙ୍କ ଏଭଳି ନିର୍ଯାତନା ଏବେ ଅନୁଗୁଳରେ ଚର୍ଚ୍ଚାର ବିଷୟ ହୋଇଛି । ମାଡ ମାରୁଥିବା ମହିଳା ଜଣକ ସେହି ଅଂଚଳର ବୋଲି କୁହାଯାଉଛି । ତାଙ୍କର ପରିଚୟ ସଠିକ୍ ଭାବେ ଜଣାପଡିନାହିଁ ।