ଭାରତ ପାଲଟିବ ପ୍ରତିରକ୍ଷା ପେଣ୍ଠ : ୫ ବର୍ଷରେ ୩ ଗୁଣା ହେବ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ, ୧୬ କମ୍ପାନୀ ସହ ୩୦ଟି ଚୁକ୍ତି କଲା ଡିଆରଡିଓ

825

କନକ ବ୍ୟୁରୋ : ଭାରତ ବନିବ ଡିଫେନ୍ସ ହବ୍ ବା ପ୍ରତିରକ୍ଷା ପେଣ୍ଠ । ଏଭଳି ମହତ୍ୱାକାଂକ୍ଷୀ ଯୋଜନା ରଖିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଆଗାମୀ ୫ ବର୍ଷରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ୩ ଗୁଣା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏନେଇ ସୂଚନା ଦେଇଛନ୍ତି ସେନାମୁଖ୍ୟ ଜେନେରାଲ ବିପିନ ରାୱତ । ସେ କହିଛନ୍ତି ଭାରତ ବର୍ତମାନ ବର୍ଷକୁ ୧୧ ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରୁଛି । ଏବଂ ୨୦୨୪ ସୁଦ୍ଧା ଏହା ୩୫ ହଜାର କୋଟି ଛୁଇଁବାକୁ ଯାଉଛି ।

ଭାରତ ତାର ପ୍ରତିରକ୍ଷା ଆବଶ୍ୟକତାରେ ଆତ୍ମନିର୍ଭଶୀଳ ହେବା ସହ ଅନ୍ୟ ଦେଶକୁ ମାରଣାସ୍ତ୍ର ଓ ଅନ୍ୟାନ୍ୟ ପ୍ରତିରକ୍ଷା ଉପକରଣ ଯୋଗାଇବାରେ ସମର୍ଥ ହେବ ବୋଲି ଅନୁମାନ କରାଯାଉଛି । ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ବଢାଇବା ପାଇଁ ଘରୋଇ ଉଦ୍ୟୋଗ ଗୁଡିକୁ ପ୍ରୋତ୍ସାହନ ଯୋଗାଇ ଦେବେ ସରକାର । ସେନା ମଧ୍ୟ ଏ କ୍ଷେତ୍ରରେ ପଦକ୍ଷେପ ନେବ । ଭାରତୀୟ ପ୍ରତିରକ୍ଷା ସାମଗ୍ରୀ ନିର୍ମାତାଙ୍କଠାରୁ ସେନା ହିଁ ପ୍ରଥମେ ଉପକରଣ କିଣିବ ଓ ପ୍ରୟୋଗ କରିବ ।

ଏଥିପାଇଁ ଡିଫେନ୍ସ ରିସର୍ଚ ଆଣ୍ଡ ଡେଭଲପମେଂଟ ଅର୍ଗାନାଇଜେସନ୍- ଡିଆରଡିଓ, ୧୬ଟି ଭାରତୀୟ କାମ୍ପାନି ସହ ୩୦ଟି ଏମଓୟୁ କରିଛି । ଗୋଆ ବିଶ୍ୱ ବିଦ୍ୟାଳୟରେ ଅକ୍ଟୋବର ୧୭ରୁ ୧୯ ପର୍ଯ୍ୟନ୍ତ ଭାଇବ୍ରାଂଟ ଗୋଆ ଗ୍ଲୋବାଲ ଏକ୍ସପୋ ଆଣ୍ଡ ସମିଟ-୨୦୧୯ରେ ଏହି ଚୁକ୍ତି କରାଯାଇଛି ।