ଢେଙ୍କାନାଳ ୫୫ ନଂ ଜାତୀୟ ରାଜପଥ ନାଦେରା ଛକରେ ଟ୍ରକ-ବୋଲେରୋ ମୁହାଁମୁହିଁ : ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ

51

କନକ ବ୍ୟୁରୋ : ଢେଙ୍କାନାଳ ୫୫ ନଂ ଜାତୀୟ ରାଜପଥ ନାଦେରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଟ୍ରକ୍ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତକମାନେ ଦେବଗଡ଼ ଜିଲ୍ଲା ଲାଂଜଧରି ଗାଁର ବୋଲି ଜଣାପଡ଼ିଛି । ସେମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ମୃତକମାନେ ହେଉଛନ୍ତି ପବିତ୍ର ମୋହନ ପ୍ରଧାନ, ପ୍ରେମ ମଂଜରୀ ପ୍ରଧାନ, ପରେଶ ପ୍ରଧାନ । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ଦେଖନ୍ତୁ ଏହି ଭିଡିଓ –