କେବଳ ଏହି ଦୁଇଟି ବ୍ୟାୟାମ କରି ପାଆନ୍ତୁ ଲମ୍ବା ଓ ଘନ କେଶ !

166

ଆଜିକାଲିର ବିଶୃଙ୍ଖଳିତ ଜୀବନଶୈଳୀରେ ପ୍ରାୟ ସମସ୍ତେ କେଶ ପତଳା ହେବା ଓ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ଅଫିସର କାର୍ଯ୍ୟବ୍ୟସ୍ତତା ଓ ବ୍ୟକ୍ତିଗତ ଜୀବନରେ ବିଷାଦ ପାଇଁ ଆପଣ ମଧ୍ୟ ଯଦି ଏପରି ଅସୁବିଧା ହେଉଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆଜିକାଲିର ପ୍ରଦୂଷିତ ବାତାବରଣରେ ଏମିତି ପ୍ରାୟ ସମସ୍ତଙ୍କ ସହ ହେଉଛି । କେଶ ଝଡ଼ିବା ପାଖାପାଖି ଆମର ଖାଇବା ପିଇବା ଓ ଜୀବନଶୈଳୀ ଉପରେ ନିର୍ଭରଶୀଳ ।

ଆପଣଙ୍କ ଜୀବନଶୈଳୀ ଯେପରି ହେବ ଆପଣଙ୍କ କେଶ ଉପରେ ସେହିପରି ପ୍ରଭାବ ପଡ଼ିବ । ଏଥିପାଇଁ ଆଜି ଆମେ ଆପଣଙ୍କୁ କେଶ ବଢ଼ାଇବା ପାଇଁ ଏପରି ଦୁଇଟି ବ୍ୟାୟାମ ଜଣାଇବୁ ଯାହା କେଶକୁ ଯଲଦି ବଢ଼ାଇବା ସହ ଘନ କରେ । ଆଜି ପର୍ଯ୍ୟନ୍ତ ଆପଣ କେଶ ବଢ଼ାଇବା ପାଇଁ ଅନେକ ପ୍ରକାରର ଆହାର ଓ ତେଲର ବ୍ୟହାର ବିଷୟରେ ପଢ଼ିଥିବେ ।

କେଶ ଝଡ଼ିବା ଏକ ସାଧାରଣ ସମସ୍ୟା । କିନ୍ତୁ ଏହି ସମସ୍ୟାକୁ ଅଣଦେଖା କରିବା ମଧ୍ୟ ମସ୍ତବଡ଼ ଭୁଲ । ଯଦି ଆପଣ ଏହି ସମସ୍ୟାକୁ ଅଣଦେଖା କରୁଛନ୍ତି , ଆପଣ ଚନ୍ଦାପଣର ମଧ୍ୟ ଶିକାର ହୋଇପାରନ୍ତି । ଅନେକ ଥର କୌଣସି ଗମ୍ଭୀର ରୋଗ କାରଣରୁ କିମ୍ବା ମହିଳାଙ୍କ ପ୍ରସବ ଯୋଗୁଁ କେଶ ଝଡ଼େ । କିନ୍ତୁ ଯଦି ଆପଣ ନିଜର କେଶର ଠିକ ଦେଖାଶୁଣା କରିବେ ଓ ନିଶ୍ଚିତ ରୂପେ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବେ ତେବେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

– ହେୟାର ଏକ୍ସପର୍ଟଙ୍କ କହିବା ଅନୁସାରେ ଦୁଇ ହାତର ନଖକୁ ହାଲୁକା ହାଲୁକା ରଗଡ଼ିଲେ କେଶ ବହୁତ ଯଲଦି ବଢ଼ିବା ସହ ସୁସ୍ଥ ରହେ । କିଛି ଲୋକ ଏକଥାକୁ ଅବିଶ୍ୱାସ କରିପାରନ୍ତି, କିନ୍ତୁ ଏହି ଉପାୟ କେଶ ଝଡ଼ା ପାଇଁ ରାମବାଣ ପରି କାମ କରେ । ଏହି ବ୍ୟାୟାମ କେଶ ପାଇଁ ବହୁତ ଲାଭପ୍ରଦ । ଏହି ବ୍ୟାୟାମକୁ ନିୟମିତ କରିବା ଦ୍ୱାରା ହରମୋନରେ ପରିବର୍ତ୍ତନ ଆସେ ଓ କେଶ ମୂଳରୁ ମଜଭୁତ ହୁଏ । ଏହି ବ୍ୟାୟାମ ଆପଣ ଚାଲିଚାଲି ଓ ଅଫିସରେ କାମ କରିବା ସମୟରେ ମଧ୍ୟ କରିପାରିବେ ।

– ଦ୍ୱିତୀୟ ବ୍ୟାୟାମଟି ହେଲା ଆପଣ କେଶକୁ ତଳ ଅଡ଼କୁ ଛାଟନ୍ତୁ ଓ ହାଲୁକା ଭାବେ ୪ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ । ମସାଜ କରିବା ପାଇଁ ଆପଣ ନଡ଼ିଆ ତେଲ, ଅଁଳା ତେଲ, ବାଦାମ ତେଲ ବ୍ୟବହାର କରିପାରିବେ । ଧ୍ୟାନ ରଖନ୍ତୁ ଏହି ବ୍ୟାୟାମ କେବଳ ୪ ମିନିଟ ହିଁ କରନ୍ତୁ । ୪ ମିନିଟରୁ ଅଧିକ ନୁହଁ କି କମ୍ ନୁହଁ । ଏହି ବ୍ୟାୟାମ କେବଳ ୧ ସପ୍ତାହ କରିଲେ ଆପଣ ପରିବର୍ତ୍ତନ ଅନୁଭବ କରିପାରିବେ ।

ଏହାସହ ପଢ଼ନ୍ତୁ –ନିୟମିତ ବ୍ରେକଫାଷ୍ଟ କରୁନାହାନ୍ତି କି ? ଏହିସବୁ ଅସୁବିଧା ଭୋଗିପାରନ୍ତି