ତାମିଲନାଡୁରେ ଦିନିକିଆ ବନ୍ଦ ! ମରୁଡି ପ୍ରଭାବିତ କୃଷକଙ୍କୁ ସମର୍ଥନ ଜଣାଇ ବିରୋଧୀ ଦଳର ବନ୍ଦ ପାଳନ

20

କନକ ବ୍ୟୁରୋ : ତାମିଲନାଡୁରେ ଦିନିକିଆ ବନ୍ଦ ପାଳନ । ମରୁଡି ପ୍ରଭାବିତ ଚାଷୀଙ୍କ ଦାବିକୁ ସମର୍ଥନ ଜଣାଇ ବିରୋଧୀ ଦଳ ବନ୍ଦ ପାଳନ କରିଛନ୍ତି । ମରୁଡି ପ୍ରଭାବିତ କୃଷକଙ୍କ ଦାବିକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ନିଷ୍ପତି ନେବା ପାଇଁ ଦାବି କରିଛନ୍ତି ବିରୋଧି । ଏହି ବନ୍ଦ ପାଳନରେ ରାଜ୍ୟର ବ୍ୟବସାୟୀ ସଂଘ, ବସ୍ ସଂଘ ଓ ଅଟୋରିକ୍ସ ସଂଘ ସାମିଲ ହୋଇଛନ୍ତି । ଏପରିକି ରାଜ୍ୟର ୫ଲକ୍ଷ ହୋଟେଲ ମଧ୍ୟ ବନ୍ଦ ପାଳନରେ ସାମିଲ ହୋଇଛନ୍ତି ।