ବିିନା ସେନାବାହିନୀରେ ସୁରୁଖୁରୁରେ ଚାଲିଛି ଶାସନ ! ଆସନ୍ତୁ ଜାଣିବା ଏମିତି କିଛି ଦେଶମାନଙ୍କ ବିଷୟରେ

57

ଆଜି ଯେତେବଳେ ପୁରା ଦୁନିଆରେ ଅଧିକରୁ ଅଧିକ ବଡସେନା ଓ ଭୟଙ୍କର ଅସ୍ତ୍ରଶସ୍ତ୍ର ପାଇଁ ପ୍ରତିଦ୍ୱନ୍ଦୀତା ଚାଲିିଛି, ଏମିତି ମାହୋଲରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏମିତି କିଛି ଦେଶ ଅଛି ଯାହାଙ୍କ ପାଖରେ ନିଜର ସେନା ନାହଁଁ । ଯେଉଁମାନେ ନିଜର ସୁରକ୍ଷା ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀରଳ । ଭାଟିକାନ ସିଟି, ମରୀଶସ, ପାନାମା ଓ କୋଷ୍ଟାରିକା କିଛି ଏମିତି ଦେଶ ଯାହାର ନିଜର ସୈନ୍ୟବଳ ନାହିଁ ।

୧. ମରୀଶସ –  ମରୀଶସ ଏକ ଲୋକପ୍ରିୟ ଦେଶ ହେଲେ ମଧ୍ୟ ତା’ ପାଖରେ କୌଣସି ସ୍ଥାୟୀ ସେନା ନାହିଁ । ଏଠାରେ ୧୦,୦୦୦ ଲୋକଙ୍କୁ ନେଇ ଏକ ସେନା ତିଆରି ହୋଇଛି ଯେଉଁଠି ସକ୍ରିୟ ପୋଲିସ, ସବୁ ସୈନ୍ୟ, ଅନ୍ୟ ସବୁ ସୁରକ୍ଷା କର୍ମୀ ସାମିଇ ଅଛନ୍ତି ।

୨. ଭାଟିକାନ ସିଟି – ଦୁନିଆର ସବୁଠାରୁ ଛୋଟ ଦେଶ ରୂପେ ପରିଚିତ । ଭାଟିକାନ ସିଟିର ନିଜର କୌଣସି ସେନାବାହିନୀ ନାହିଁ । ଏହି ଦେଶର ଅନ୍ତରୀଣ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ପୋଲିସ ବାହିନୀ ନିୟୋଜିତ ଅଛନ୍ତି । ଭାଟିକାନ ସିଟିର ଇଟ୍ଟାଲୀ ସହ କୌଣସି ଔପଚାରିକ ବୁଝାମଣା ନହୋଇ ମଧ୍ୟ ଇଟ୍ଟାଲୀୟ ସେନା ଭାଟିକାନ ସିଟିର ସୁରକ୍ଷା କରନ୍ତି ।

୩.ପାନାମା – ଏହି ଦେଶ ୧୯୯୦ ପରେ କୌଣସି ସେନା ବାହିନୀ ବିନା ହିଁ ଚାଲୁଛି । ଏହି ଦେଶର ସୁରକ୍ଷା ପାଇଁ ଏକ ସୁରକ୍ଷା ଦଳ ତିଆରି ହୋଇଛି ଯାହାର ନାମ ପାନାମା ପବ୍ଲିକ କ୍ଲବ ।

୪.ମୋନାକୋ – ଏହି ଛୋଟ ଦେଶ ୧୭ ତମ ଶତାବ୍ଦୀ ଠାର ହିଁ ସେନା ନିୟୋଜିତ କରିବା ବନ୍ଦ କରିଦେଇଛି । ସବୁଠାରୁ ମଜାଦାର କଥା ହଲା ଏଠି ଏକ ଛୋଟ ସେନା ଟୁୁକୁଡି ଅଛି ଯାହାର ଏକ ଅଂଶ ରାଜକୁମାର ଓ ଅନ୍ୟ ଅଂଶ ନାଗରିକଙ୍କ ସୁରକ୍ଷା ପାଇ ନିୟୋଜିତ ଅଛନ୍ତି ।

୫.କୋଷ୍ଟାରିକା – ୧୯୪୮ରେ ଏଠାରେ ଗୃହଯୁଦ୍ଦ ହୋରିଥିଲା । ଏହାପରୁଠାରୁ ହିଁ ଏଠାରେ ସଶସ୍ତ୍ର ବଳକୁ ସମାପ୍ତ କରିଦିଆଗଲା ଏହି ଦେଶର ଅନ୍ତରୀଣ ସୁରକ୍ଷା ପାଇଁ କେବଳ ପୋଲିସ ନିୟୋଜିତ ଅଛନ୍ତି ।