ରାସ୍ତା କଡରେ ସବୁଦିନ ପାଇଁ ଶୋଇଗଲେ ୩ଜଣ : ବସଷ୍ଟାଣ୍ଡ ଫୁଟପାଥରେ ଶୋଇଥିବାବେଳେ ଚଢିଗଲା ଟ୍ରକ

49

କନକ ବ୍ୟୁରୋ : ଅଚାନକ ଆସେ ମୃତ୍ୟୁ । କେତେବେଳେ ଯେ ଜୀବନରେ କ’ଣ ହେବ ତାହା କହିହେବ ନାହିଁ । ସୁନ୍ଦରଗଡ଼ରେ ଘଟିଛି ଏପରି ଏକ ଦୁଃଖଦ ଘଟଣା । ସୁନ୍ଦରଗଡ଼ କୁତ୍ରା ବସଷ୍ଟାଣ୍ଡରେ ଟ୍ରକ୍ ମାଡ଼ିଯିବାରୁ ୩ ଜଣଂକର ମୃତ୍ୟୁ ହୋଇଛି । ବସଷ୍ଟାଂଟର ଫୁଟଫାଥରେ ଏମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ହଠାତ୍ ଟ୍ରକ୍ ମାଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଂକର ମୃତ୍ୟୁ ଘଟିଥିଲା । ଅନ୍ୟ ୨ ଗୁରୁତରଂକୁ ବୁର୍ଲା ମେଡିକାଲକୁ ନିଆଯାଉଥିବା ବେଳେ ସେମାନେ ବାଟରେ ଆଖିୁବଜିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିଛି କୁତ୍ରା ଥାନା ପୁଲିସ୍ । ୩ ମୃତକ ସ୍ଥାନୀୟ ବେପାରୀ ହୋଇଥିବା ସୂଚନା ମିଳିଛି ।

sambalpur accident
image courtesy-https://www.medisensehealth.com

ମିଳିଥିବା ସୂଚନା ଅନୁଯାୟୀ, କୁତ୍ରା ବସଷ୍ଟାଣ୍ଡ ଅଞ୍ଚଳରେ ବିହାର ଜନପୁର ଜିଲ୍ଲାର ଦିଲେଦାର ସୋନକର(୨୬ ବର୍ଷ) ଓ ତାଙ୍କ ଉଜ୍ୱଳ ସୋନକର( ୨୦ ବର୍ଷ) କୁତ୍ରା ବସଷ୍ଟାଣ୍ଡରେ ଏକ ଆଖୁରସ ଦୋକାନ କରିଛନ୍ତି । ସେହିପରି ଜନପୁର ଜିଲ୍ଲା ଅଞ୍ଚଳର ବିଜେଶ ମହୁରିଆ (୨୦ ବର୍ଷ) ସେଠାରେ ଏକ ଫଳରସ ଦୋକାନ କରିଛନ୍ତି । ଗତକାଲି ରାତିରେ ସେମାନେ ବେପାର ସାରି ବସଷ୍ଟାଣ୍ଡ ପାଖରେ ଥିବା ଫୁଟପାଥରେ ଖାଇ ପିଇ ଶୋଇ ପଡ଼ିଥିଲେ । ତେବେ ରାତି ପ୍ରାୟ ସାଢ଼େ ୧ଟାରୁ ୨ଟା ମଧ୍ୟରେ ରାଉରକେଲାରୁ କୋକକୋଲା ବୋଝେଇ କରି ସୋନପୁର ଯାଉଥିବା ଓଡି ୧୪ ଡି ୩୮୦୯ ନମ୍ବର ବିଶିଷ୍ଟ ଟ୍ରକ୍‌ଟି ଦୃତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଫୁଟପାଥ ଉପରକୁ ଚଢ଼ିଯାଇଥିଲା । ଫଳରେ ଟ୍ରକ୍‌ଟି ପୁଟପାଥରେ ଶୋଇଥିବାଏହି ୩ ଜଣଙ୍କ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ଦିଲେଦାର ସୋନକରଙ୍କର ମୃତ୍ୟୁ ଘଟିଥିବା ବେଳେ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ଅନ୍ୟ ଦୁଇଜଣ ଉଜ୍ୱଳ ଓ ବ୍ରିଜେଶଙ୍କର ମୃତ୍ୟୁ ଘଟିଛି ।