ପୁରୀରେ ପର୍ଯ୍ୟଟକଙ୍କୁ ନିର୍ଘାତ ମାଡ ! ଅନଲାଇନ ସାଇଟରେ ହୋଟେଲ ବୁକ କରି ହଟହଟା

42

କନକ ବ୍ୟୁରୋ : ସିସିଟିଭିରେ କଏଦ ହେଲା ପର୍ଯ୍ୟଟକଙ୍କୁ ନିର୍ଘାତ ମାଡର ଲାଇଭ ଭିଜୁଆଲ । ପୁରୀର ଏକ ହୋଟେଲରେ ପର୍ଯ୍ୟଟଙ୍କ ସହ ବଚସା ପରେ ଆରମ୍ଭ ହୋଇଯାଉଛି ଠେଲାପେଲା । ବଙ୍ଗୀୟ ପର୍ଯ୍ୟଟକଙ୍କୁ ଗଳା ଧକ୍କା ଦେଇ ହୋଟେଲରୁ ବାହାର କରିଦେଉଛନ୍ତି କର୍ମଚାରୀ । କଥା ଏତିକିରେ କଥା ସରିନାହିଁ । ପର୍ଯ୍ୟଟକଙ୍କ ଅଭିଯୋଗ ଅନୁସାରେ ହୋଟେଲର ଦୁଇପଟୁ ଗେଟ ବନ୍ଦ କରି ନିସ୍ତୁକ ପିଟିଛନ୍ତି ହୋଟେଲର କର୍ମଚାରୀ । ଅନ ଲାଇନ ବୁକିଂ ସାଇଟ- ଓ ୱାଇ ଓ ବା- ଓୟୋରେ ହୋଟେଲ ରୁମ ବୁକ କରି ପୁରୀ ବୁଲିବାକୁ ଆସିଥିଲେ ପଶ୍ଚିମବଙ୍ଗର ପର୍ଯ୍ୟଟକ । କୋଲକାତାର ସଚିନ ଅଗ୍ରୱାଲ ନିଜ ପରିବାର ସହ ପୁରୀ ଗଙ୍ଗୋତ୍ରୀ ହୋଟେଲରେ ରୁମ ବୁକ କରିଥିଲେ । ୨୪ରୁ ୨୮ ତାରିଖ ଯାଏଁ ଏଠାରେ ରହି ପୁରୀ ବୁଲାବୁଲି କରିବାକୁ ଆଡଭାନ୍ସ ବି ଦେଇଥିଲେ ।

ହେଲେ ୨୫ ତାରିଖରେ ଆସି ପହଂଚିବା ପରେ ରୁମ ଖାଲିନଥିବା କହିଥିଲେ ହୋଟେଲ ମ୍ୟାନେଜର । ଏପରିକି ସେ ୨୪ ତାରିଖରେ ନଆସିବାରୁ ରୁମ କ୍ୟାନସଲ ହୋଇଯାଇଥିବା କହିଥିଲେ । ହେଲେ ୨୮ ତାରିଖ ଯାଏଁ ରୁମ ବୁକ କରି ସେ ଆଡଭାନ୍ସ ପେମେଂଟ କରିଥିବା ଓ ଏ ବାବଦରେ ତାଙ୍କ ମୋବାଇଲକୁ କନଫରମେସନ ମେସେଜ ଆସିଥିବା ଜଣାଇଥିଲେ ବି ଟାଳିଦେଇଥିଲେ ହୋଟେଲ କର୍ତ୍ତୃପକ୍ଷ । ଯାହାକୁ ନେଇ ପାଟିତୁଣ୍ଡ ହେବା ପରେ କଥା ହାତାହାତି ଯାଏଁ ଯାଇଥିଲା । ପୁରା ଘଟଣାକୁ ନେଇ ପୁରୀରେ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି । କାରଣ ବାହାରୁ ପୁରୀ ବୁଲିବାକୁ ଆସିଥିବା ପର୍ଯ୍ୟଟଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ୩ଜଣ ଶିଶୁଙ୍କୁ ସାଙ୍ଗରେ ନେଇ ଆସିଥିବା କୋଲକାତାର ପର୍ଯ୍ୟଟକ ସଚିନ ଅଗ୍ରୱାଲଙ୍କୁ ବେଶ ହଟହଟା ହେବାକୁ ପଡିଛି ।