୫ କୋଟି ପିଏଫ୍ ଖାତାଧାରୀଙ୍କୁ ଲାଗିବ ବଡ ଝଟକା : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ପକ୍ଷରୁ ସୁଧ ହାରକୁ କରାଯାଇଛି ହ୍ରାସ, ଜାଣିବା ପଢ଼ନ୍ତୁ ପୁରା ଖବର

60

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ସୁଧ ହାରକୁ ହ୍ରାସ କରାଯାଇଛି। ୨୦୧୭-୧୮ରେ ଇପିଏଫଓ ସଦସ୍ୟମାନେ ୮.୫୫% ସୁଧ ପାଇବେ। ପୂର୍ବ ବର୍ଷ ଏହି ସୁଧର ପରିମାଣ ୮.୬୫% ଥିଲା। ଏହା ଦ୍ୱାରା ସଂଗଠନର ୬ କୋଟି ପାଖାପାଖି ସଦସ୍ୟ ପ୍ରଭାବିତ ହେବେ। ବିଗତ ପାଞ୍ଚ ବର୍ଷ ଭିତରେ ଇପିଏଫ୍ ଉପରେ ପ୍ରଦାନ କରାଯାଇଥିବା ସୁଧ ହାର ମଧ୍ୟରେ ୮.୫୫% ସୁଧ ସବୁଠୁ କମ୍ । ୨୦୧୫-୧୬ରେ ସୁଧ ହାର ୮.୮% ଥିଲା। ୨୦୧୪-୧୫ ଏବଂ ୨୦୧୩-୧୪ରେ ୮. ୭୫ ପ୍ରତିଶତ ଥିଲା । ବର୍ଷ ୨୦୧୨-୧୩ରେ ଇପିଏଫଓ ୮.୫ ପ୍ରତିଶତ ସୁଧ ଦେଇଥିଲା

ସର୍ବପ୍ରଥମେ ଇପିଏଫଓର ପ୍ରମୁଖ ସଂସ୍ଥା କେନ୍ଦ୍ରୀୟ ବୋର୍ଡ ଅଫ ଟ୍ରଷ୍ଟିଜ ସୂୁଧ ଦରକୁ ନେଇ ନିଷ୍ପତି ନିଅନ୍ତି । ଏହା ପରେ ନିଷ୍ପତ୍ତି ନିଆଯାଇଥିବା ସୁଧ ଦରର ଗୋଟିଏ କପି ଅର୍ଥ ମନ୍ତ୍ରଣାଳୟକୁ ବିଚାର-ବିମର୍ଶ ପାଇଁ ପଠାଯାଏ । ଅର୍ଥ ମନ୍ତ୍ରଣାଳୟ ନୂଆ ସୁଧ ଦରକୁ ପାସ କରିବା ପରେ ଅଧିସୂଚିତ କର ଦିଆଯାଏ । ଇପିଏଫଓ ସୁଧ ଦରକୁ ଅଧିସୂଚିତ କରିବା ପରେ, ତାହାକୁ ସବସ୍କ୍ରାଇବରଙ୍କ ଖାତାରେ କ୍ରେଡିଟ କରାଯାଏ ।