ଅମାନୁଷିକ କାଣ୍ଡ : ନାବାଳିକାକୁ ଜଙ୍ଗଲକୁ ନେଇଗଲା ସାବତ ମା’, ବନ୍ଧୁଙ୍କ ସହ ମିଶି ଗଣଦୁଷ୍କର୍ମ କଲା ସାବତ ଭାଇ

74

ସଇତାନ୍ ଠାରୁ ମଧ୍ୟ ଅଧିକ କ୍ରୁର ହୋଇଗଲା ସାବତ ମା’ । ଜମ୍ମୁ-କଶ୍ମୀରରେ ଜଣେ ସାବତ ମା’ ପୁଅ ଓ ତାର ବନ୍ଧୁ ମାନଙ୍କ ଦ୍ୱାରା ସାବତ ଝିଅର ଗଣଦୁଷ୍କର୍ମ କରାଇଛି । ଗଣଦୁଷ୍କର୍ମ ପରେ ନାବାଳିକାକୁ ଜୀବନରେ ମାରି ମଧ୍ୟ ଦିଆଯାଇଛି । ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି) ଏହି ଘଟଣାର ତଦନ୍ତ ହାତକୁ ନେଇଛି । ଏହି ଘଟଣାର ତଦନ୍ତ ହେବା ପରେ ନାବାଳିକାର ସାବତ ମାଆ ଓ ସାବତ ଭାଇ ସମେତ ସମୁଦାୟ ୫ ଜଣଙ୍କୁ ପୁଲିସ୍ ଗିରଫ କରିଛି । ଏସ୍ଆଇଟି ସନ୍ଦିଗ୍ଧମାନଙ୍କୁ ପଚରାଉଚରା କରିଛି ।

ତଦନ୍ତରୁ ଜାଣିବାକୁ ମିଳିଛି ଯେ ପୀଡ଼ିତାଙ୍କ ସାବତମାଆ ଆରମ୍ଭରୁ ହିଁ ତାଙ୍କ ସ୍ୱାମୀଙ୍କର ଦ୍ୱିତୀୟ ପତ୍ନୀ ଓ ପିଲାଙ୍କ ଉପରେ ନିଜର ଅସୁୟା ଭାବ ପ୍ରକାଶ କରି ଆସୁଥିଲେ । ମହିଳା ଜଣକ ନିଜ ସାବତ ଝିଅକୁ ରାସ୍ତାରୁ ହଟାଇବାକୁ ଚାହିଁ ଏକ ଜଙ୍ଗଲିଆ ଅଞ୍ଚଳକୁ ନେଇଗଲେ । ସେଠାରେ କୁନି ଝିଅକୁ ତା’ର ୧୪ ବର୍ଷିଅ ସାବତ ଭାଇ ଦୁଷ୍କର୍ମ କରିଥିଲା । ଏହି ଦୁଷ୍କର୍ମ ସମୟରେ ସାବତ ଭାଇର ମାଆ ଓ ବନ୍ଧୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ସମସ୍ତେ ତାଙ୍କର ଦୁଷ୍କର୍ମ କରିବା ପରେ ସାବତମାଆ ଗଳା ଦବାଇ ହତ୍ୟା ଉଦ୍ୟମ କରିଥିଲେ । ସେହି ସମୟରେ ସାବତ ଭାଇ ତା’ ମୁଣ୍ଡକୁ ବାଡ଼େଇ ଥିଲା । ଅନ୍ୟତମ ଅଭିଯୁକ୍ତ ପୀଡ଼ିତା ନାବାଳିକାର ଆଖିକୁ ଏକ ଧାରୁଆ ଛୁରୀରେ ତାଢ଼ି ଦେଇଥିଲା । ଏହା ସହ ପୀଡ଼ିତାର ଶରୀରରେ ଏସିଡ଼ି ମଧ୍ୟ ଢାଳିଥିଲା ।

ସୂଚନାଯୋଗ୍ୟ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗରେ ଜଣେ ନାବାଳକ ସସେତ ୫ ଜଣଙ୍କୁ ଜମ୍ମୁ-କଶ୍ମୀର ପୁଲିସ୍ ଗିରଫ କରିଛି । ନାବାଳିକା ଜଣକ ଅଗଷ୍ଟ ୨୩ ତାରିଖକୁ କେଉଁଆଡ଼େ ହଜି ଯାଇଥିଲେ । ଫଳରେ ନାବାଳିକାର ବାପା ପୁଲିସରେ ଏକ ଅଭିଯୋଗ ଆଣିଥିଲେ । ନିକଟରେ ତାଙ୍କର ମୃତଦେହ ଉଦ୍ଧାର ହୋଇ ଛି।