ଉପକୃତ ହେବେ ଗରିବ ଚାଷୀ ! ଓଲା ଓ ଉବର ଭଳି ଭଡାରେ ମିଳିବ ଟ୍ରାକ୍ଟର ।

80

ଦିନକୁ ଦିନ ଓଲା ଏବଂ ଉବର ଭଳି ଟାକ୍ସି ମାନଙ୍କର ଚାହିଦା ଦେଶରେ ବଢି ବଢି ଚାଲିଛି । ତେବେ ଓଲା ଓ ଉବର କାର୍ ଭଳି ଆଗାମୀ ଦିନରେ ଲୋକଙ୍କୁ ଟ୍ରାକ୍ଟର ମଧ୍ୟ ଭଡ଼ାରେ ମିଳିବ । ଏରିସ୍ ଇଣ୍ଡିଆ ଓ ହେଲୋ ଟ୍ରାକ୍ଟର ପକ୍ଷରୁ ଏଭଳି ସେବା ପରୀକ୍ଷାମୂଳକ ଭାବେ ପୂର୍ବ ଭାରତରେ ଆରମ୍ଭ ହେବ । ପରବର୍ତି ସମୟରେ ରୋଟାଭେଟର ଏବଂ ହାର୍ଭେଷ୍ଟରରେ ମଧ୍ୟ ମିଳିବ ।

ଏରିସ୍ ଇଣ୍ଡିଆ ପକ୍ଷରୁ ଏହି ସେବା ଗତ ବର୍ଷେ ହେଲା ନାଇଜେରିଆରେ ୫୦୦ ଟ୍ରାକ୍ଟରକୁ ନେଇ ଆରମ୍ଭ ହେବା ସହ ସଫଳ ହୋଇଛି ବୋଲି କମ୍ପାନିର ସଭାପତି ଋଷି ଭଟ୍ଟନାଗର କହିଛନ୍ତି । ନାଇଜେରିଆରେ କମ୍ପାନିର ସହଯୋଗୀ ହେଲୋ ଟ୍ରାକ୍ଟର୍ସ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏହି ସେବା ଯୋଗାଇ ଦେଉଛି । ଏହି ସେବା ଯୋଗୁ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର କୃଷକମାନେ ସେମାନଙ୍କ ଜମିକୁ ଟ୍ରାକ୍ଟରରେ ଚାଷ କରିବା ସୁଯୋଗ ପାଇପାରିବେ ।