ଦିଲ୍ଳୀରେ ଗର୍ଜିଲେ ହଜାର ହଜାର ଚାଷୀ ! ରାମଲୀଳା ମଇଦାନରୁ ସଂସଦ ମାର୍ଗ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା, ଟ୍ରାଫିକ୍ ଜାମ୍, ଯାତାୟତ ବାଧାପ୍ରାପ୍ତ ।

40

କନକ ବ୍ୟୁରୋ : ଦିଲ୍ଲୀର ରାଜରାସ୍ତାରେ କୃଷକଙ୍କ ଗର୍ଜନ । ମୋଦି ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ହଜାର ହଜାର କୃଷକ । ଦରବୃଦ୍ଧି, କୃଷକଙ୍କୁ ନୂତନ ଭତା, ଋଣ ଛାଡ଼ ସମେତ ବିଭିନ୍ନ ଦାବିକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି କୃଷକ ସଂଘ । ରାମଲୀଲା ମୈଦାନରୁ କୃଷକ ସଂଘ ଏକ ବିରାଟ ଶୋଭାଯାତ୍ରାରେ ଆସି ସଂସଦ ମାର୍ଗରେ ପହଂଚିଛନ୍ତି । ଏହି ଶୋଭାଯାତ୍ରାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୃଷକ ସଂଗଠନ ସାମିଲ ହୋଇଛନ୍ତି । ବନ୍ୟା ପ୍ରବାହିତ କେରଳର କୃଷକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । କୃଷକଙ୍କ ରାଲି ପାଇଁ ଦିଲ୍ଲୀର ସଡ଼କରେ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହ ଅନେକ ରାସ୍ତା ମଧ୍ୟ ରାଲି କାରଣରୁ ବନ୍ଦ ହୋଇଥିବା ବେଳେ ଆଉ କିଛି ରାସ୍ତାରେ ନଯିବାକୁ କୁହାଯାଇଛି ।

ଆନ୍ଦୋଳନରେ କୃଷକ କହିଛନ୍ତି କି ନିର୍ବାଚନ ଆସୁଛି ଯାଉଛି ହେଲେ ସରକାରଙ୍କ ନୀତି ଭୁଲ ରହିଛି । କୃଷକ, ଶ୍ରମିକ ଏବଂ ଗରିବଙ୍କୁ ନେଇ ଯେଉଁ ନୀତି ରହୁଛି ତାକୁ ବଦଳାଇବାକୁ ଆନ୍ଦୋଳନରେ ଦାବି କରାଯାଇଛି । ଏହି ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ଭାରତୀୟ କୃଷକ ସଂଘ । ବାମପଂଥୀ ସଂଗଠନ ଅଖିଳ ଭାରତୀୟ କୃଷକ ସଂଘ ଏବଂ ସିଟୁ ନେତୃତରେ ଥିବା କୃଷକ ସଂଘ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । କୃଷକ ଏବଂ ଶ୍ରମିକଙ୍କ ଏହି ମହାରାଲି ପୂର୍ବରୁ ସିଟୁ ଓ ଅଖିଳ ଭାରତୀୟ କୃଷକ ସଂଘ ନିଜର ଦାବି ରଖିଛନ୍ତି । ସବୁଦିନ ବଢ଼ୁଥିବା ଦରଦାମ ଉପରେ ଲଗାମ, ଖାଦ୍ୟ ବିତରଣ ପ୍ରଣାଳୀର ବ୍ୟବସ୍ଥାକୁ ଠିକ କରିବା, ଶ୍ରମିକଙ୍କୁ ଉଚିତ ପାଉଣ ଦିଆଯିବା ନେଇ ଦାବି କରିଛନ୍ତି କୃଷକ ସଂଗଠନ । ଏହା ସହ ସମସ୍ତ ଶ୍ରମିକଙ୍କ ଭତାକୁ ୧୮ ହଜାର ଟଙ୍କା କରାଇବା ପାଇଁ ଆନ୍ଦୋଳନରେ ଦାବି କରାଯାଇଛି ।