କଂଗ୍ରେସ ଅଧ୍ୟକ୍ଷାଙ୍କ ଇମୋସନାଲ କାର୍ଡ ! ନିଜ ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ମନେଇବାପାଇଁ ଏକ ଦୁଃଖ ଭରା ଚିଠି ଲେଖିଲେ ସୋନିଆ ଗାନ୍ଧୀ

26

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଇମୋସନାଲ କାର୍ଡ । ନିଜ ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ମନେଇବାପାଇଁ ଏକ ଦୁଃଖ ଭରା ଚିଠି ଲେଖିଛନ୍ତି ମାଡାମ୍ । ଚିଠିରେ ମୋଦି ସରକାରଙ୍କୁ ହମଲା କରିବା ସହ କଂଗ୍ରେସକୁ ଭୋଟ ଦେବାକୁ ସେ ଅପିଲ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଚିଠିରେ ସହଯୋଗୀ ଦଳ ସମାଜବାଦୀ ପାର୍ଟି କଥା ସୋନିଆ ପଦେ ବି ଲେଖିନାହାଁନ୍ତି ।

ମୋଦି ସରକାର କେବଳ ପୁଂଜିପତିମାନଙ୍କୁ ଦୃଷ୍ଟି ଦେଉଛନ୍ତି ବୋଲି ସୋନିଆ ତାଙ୍କ ଚିଠିରେ ଲେଖିଛନ୍ତି । ସୋନିଆ ଆହୁରି ମଧ୍ୟ ଲେଖିଛନ୍ତି ଯେ ମୋଦି ସରକାର “ଅଛେଦିନ’ର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଅନ୍ୟପକ୍ଷରେ ଗରିବଙ୍କ ଠାରୁ ସବୁ କିଛି ଛଡାଇ ନେଇଛନ୍ତି ।