ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା : ଆଜି ମୁକୁଳିବେ ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ

30

କନକ ବ୍ୟୁରୋ : ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଜାମିନ ପାଇଥିବା ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଆଜି ମୁକୁଳିବେ । ଶୁକ୍ରବାରଦିନ ସୁଦୀପଙ୍କୁ ହାଇକୋର୍ଟ ସର୍ତମୂଳକ ଜାମିନ ଦେଇଥିଲେ । ୫୦ ହଜାର ଲେଖାଁଏ ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଥିଲା । ଏହା ସହ ବ୍ୟାଙ୍କରେ ୨୫ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଖାସ ହେଉଛନ୍ତି ତୃଣମୂଳ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ । ହଜାର ହଜାର କୋଟିର ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ସୁଦୀପଙ୍କୁ ପଶ୍ଚିମବଙ୍ଗକୁ ଗିରଫ କରି ଓଡିଶା ଅଣାଯାଇଥିଲା । ସ୍ୱାସ୍ଥ୍ୟଗତ କାରଣରୁ ସୁଦୀପ ଏବେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଅଛନ୍ତି । ଆଜି ସେ ସେଠାରୁ ବାହାରିବେ ।