କପିଲ ମିଶ୍ରାଙ୍କ ନୂଆ ଖୁଲାସ ! ଟାର୍ଗେଟେର ଆପର ବରିଷ୍ଠ ନେତା ଆଶୁତୋଷ ଓ ସଂଜୟ ସିଂହ

25

କନକ ବ୍ୟୁରୋ : ଆପ ବିରୋଧରେ ନୂଆ ନୂଆ ଖୁଲାସା କରି ଚର୍ଚ୍ଚାରେ ଅଛନ୍ତି ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କପିଲ ମିଶ୍ର । ଆଜି ସେ ଦଳ ବିରୋଧରେ ନୂଆ ଅଭିଯୋଗ ଆଣିଛନ୍ତି । ଏଥର ଟାର୍ଗେଟରେ ଅଛନ୍ତି ଆପର ବରିଷ୍ଠ ନେତା ସଂଞ୍ଜୟ ସିଂ ଓ ଆଶୁତୋଷ । ଏହି ଦୁଇଜଣଙ୍କ ଋଷିଆ ଗସ୍ତରେ ଦିଲ୍ଲୀର ଜଣେ ବ୍ୟବସାୟୀ ଶୀତଲ ପ୍ରସାଦ ସିଂ ଆର୍ଥିକ ସହାୟତା କରିଥିବା ଅଭିଯୋଗ ଆଣିଛନ୍ତି କପିଲ ମିଶ୍ର ।

ଦିଲ୍ଲୀର ଏହି ବ୍ୟବସାୟୀଙ୍କ ନାଁରେ ୪ ଶହକୋଟି ଟଙ୍କାର ଆର୍ଥିକ ହେରଫେର ଅଭିଯୋଗ ଆସିଛି । ସରକାରଙ୍କୁ ଆସିବା ପରେ ଆପ ସରକାର ଶୀତଳଙ୍କ ବିରୋଧରେ ଯାଂଚ ପାଇଁ ଏକ କମିଟି ଗଠନ କରିଥିଲେ । ୨୦୧୫ରେ କିନ୍ତୁ ଯାଂଚ ପ୍ରକ୍ରିୟାକୁ ବନ୍ଦ କରିଦିଆଯାଇଥିଲା । ପୂର୍ବରୁ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ୨ କୋଟିର ଲାଂଚ ଅଭିଯୋଗ ଆଣିଥିଲେ କପିଲ ମିଶ୍ର ।