୨୦୧୯ ନିର୍ବାଚନ ପୂର୍ବରୁ ସମଭାବାପର୍ଣ୍ଣ ଦଳକୁ ଏକାଠି ହେବାକୁ ଆହ୍ୱାନ ଦେଲେ ସୋନିଆ ! କହିଲେ ଗଣତନ୍ତ୍ରକୁ ବଂଚାଇ ରଖିବା ପାଇଁ କରିବାକୁ ପଡିବ ବଡ ମେଂଟ

43

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ହରାଇବା ଲାଗି ଏକ ମେଂଟ କରିବା ସପକ୍ଷରେ ମତ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । କଂଗ୍ରେସ ସଂସଦୀୟ ଦଳ ବୈଠକରେ ସୋନିଆ କହିଛନ୍ତି, ବିଜେପିକୁ ହରାଇବା ଲାଗି ଏକ ବଡ ମେଂଟ ଦରକାର । ଏଥିପାଇଁ କଂଗ୍ରେସ ସଭାପତିଙ୍କ ସହ ମିଶି ସମଭାବାପନ୍ନ ଦଳଗୁଡିକ ସହ କଥାବାର୍ତ୍ତା କରିବେ ବୋଲି କହିଛନ୍ତି ସୋନିଆ । ଗୁଜରାଟ ଓ ରାଜସ୍ଥାନରେ କଂଗ୍ରେସ ସଫଳତାରୁ ଏହା ସ୍ପଷ୍ଟ ହୋଇଛି ଯେ, ୨୦୧୯ରେ ପରବର୍ତ୍ତନ ନିଶ୍ଚିତ ହେବ । ଲୋକସଭା ନିର୍ବାଚନ ପାଇଁ ବି ପ୍ରସ୍ତୁତ ରହିବାକୁ ସୋନିଆ କର୍ମୀମାନଙ୍କୁ ଅହ୍ୱାନ ଦେଇଛନ୍ତି । ସଂସଦୀୟ ଦଳ ବୈଠକରେ ସୋନିଆ ବିଜେପି ସରକାର ଉପରେ ବର୍ଷିଥିଲେ ।

ରାହୁଲଙ୍କୁ ନିଜର ବସ୍ କହିଲେ କଂଗ୍ରେସର ପୂର୍ବତନ ଅଧକ୍ଷା ସୋନିଆ ଗାନ୍ଧି । ସେ କହିଛନ୍ତି କଂଗ୍ରେସର ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧୀ ଦାୟିତ୍ୱ ନେବା ପରେ ସେ ତାଙ୍କର ବସ୍  । ରାହୁଲଙ୍କ ନେତୃତ୍ୱରେ କଂଗ୍ରେସରେ ଆସିଛି ପରିବର୍ତ୍ତନ । ଗୁଜରାଟ ବିଧାନସଭା ନିର୍ବାଚନରେ ଭଲ ରେଜଲ୍ଟ କରିଥିବାରୁ ରାହୁଲ ଗାନ୍ଧୀଙ୍କ ମଧ୍ୟ ଶୁଭକାମନା ଜଣାଇଛନ୍ତି ସୋନିଆ । କଂଗ୍ରେସ ପାର୍ଲାମେଂଟାରୀ ପାର୍ଟି ମିଟିଂରେ ଏହା କହିଛନ୍ତି ସୋନିଆ । ଏହା ସହ ଆଗୁଆ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ବୋଲି କହିଛନ୍ତି । ଦଳୀୟ କାର୍ଯକର୍ତାଙ୍କୁ ସମ୍ବୋଧିତ କରି ସୋନିଆ କହିଛନ୍ତି ଆଗକୁ ବିଭିନ୍ନ ରାଜ୍ୟର ନିର୍ବାଚନକୁ ସାମ୍ନା କରିବାକୁ ପଡିବ । ଏଣୁ ନିଜ ନିଜ ରଣନୀତି ପ୍ରସ୍ତୁତ କରି କାମ କରିବାକୁ ପଡିବ ବୋଲି ସୋନିଆ ପରାମର୍ଶ ଦେଇଛନ୍ତି ।