ରାଷ୍ଟ୍ରପତି ପଦ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ! ଜାରି ହେଲା ବିଜ୍ଞପ୍ତି

24

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଆଜି ବିଜ୍ଞପ୍ତ ପ୍ରକାଶ ପାଇଛି । ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଜୁନ ୨୮ ତାରିଖ ରହିଛି । ଜୁଲାଇ ୧ ତାରିଖ ପ୍ରାର୍ଥପତ୍ର ପ୍ରତ୍ୟାହାର ଶେଷଦିନ । ଜୁଲାଇ ୧୭ରେ ନିର୍ବାଚନ ହେବାକୁ ଥିବାବେଳେ ଭୋଟଗଣତି ୨୦ ତାରିଖରେ ହେବ । ବର୍ତ୍ତମାନର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ୟ୍ୟକାଳ ଜୁଲାଇ ୨୪ରେ ଶେଷ ହେବ ।

ସର୍ବସମ୍ମତି କ୍ର୍ରମେ ରାଷ୍ଟ୍ରପତି ବାଛିବାକୁ ବିଜେପି ୩ଜଣିଆ କମିଟି ଗଠନ କରିଛି । ଏଥିରେ ଅରୁଣ ଜେଟଲୀ, ରାଜନାଥ ସିଂହ ଓ ଭେଙ୍କେୟା ନାଇଡୁ ସଦସ୍ୟ ଅଛନ୍ତି । ଏହି କମିଟି ସମ୍ଭାବ୍ୟ ପ୍ରାର୍ଥୀ ନେଇ ଏନଡିଏ ସହଯୋଗୀ ଓ ବିରୋଧୀଙ୍କ ସହ ଆଲୋଚନା କରିବେ । ରାଷ୍ଟ୍ରପତି ନିର୍ବାଚନ ପାଇଁ କଂଗ୍ରେସ ବିରୋଧୀଙ୍କ ମେଳି କରିଥିବାବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ମଧ୍ୟ ପଛରେ ପଡିନାହିଁ ।