ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗ ! କେନ୍ଦ୍ରମନ୍ତ୍ରୀ ଭିକେ ସିଂହଙ୍କ ମନ୍ତବ୍ୟକୁ ବିଜେଡିର ବିରୋଧ

24

କନକ ବ୍ୟୁରୋ : ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗ । କେନ୍ଦ୍ରମନ୍ତ୍ରୀ ଭିକେ ସିଂହଙ୍କ ମନ୍ତବ୍ୟକୁ ବିଜେଡିର ବିରୋଧ । କେନ୍ଦ୍ରମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରି ବାଇକ୍ ରାଲିର ଆୟୋଜନ କରିଛି ବିଜୁ ଯୁବ ଜନତା ଦଳ । ସଂଘୀୟ ବ୍ୟବସ୍ଥା ମଧ୍ୟରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରୁଛି ବିଜେଡି । ଏଥିପାଇଁ ପୁରପଲ୍ଲୀରେ ଆନ୍ଦୋଳନ ଚଳାଇଛି ଦଳ ।

ଏପରିକି ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯିବ ବୋଲି ବିଜେପି କହିଥିଲା । ଏବେ ନିଜ କଥାରୁ ବିଜେପି ଓହରୁଛି । ଏହାଦ୍ୱାରା ଏନଡିଏ ସରକାରଙ୍କ ମୁଖା ଖୋଲି ଯାଇଛି ବୋଲି ବିଜେଡି କହିଛି ।

ବିଜେପି ନେତାମନ୍ତ୍ରୀ ପ୍ରଚାର ସର୍ବସ୍ୱ ରାଜନୀତି କରୁଥିବା ଅଭିଯୋଗ କରୁଛି ବିଜେଡି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାର କୌଣସି ଆବଶ୍ୟକତା ନାହିଁ ଏବଂ ବିକାଶ ଅନୁଯାୟୀ ସବୁ ରାଜ୍ୟକୁ ଅର୍ଥ ଦିଆଯାଉଛି ବୋଲି ଗତକାଲି ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ କହିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-