ବିହାରର ମୋକାମାରେ ପାଟଣା-ମୋକାମା ପାସେଂଜର ଟ୍ରେନରେ ନିଆଁ ! ଅଘଟଣରେ ମୃତାହତଙ୍କ ସୂଚନା ନାହିଁ

23

କନକ ବ୍ୟୁରୋ : ଯାତ୍ରୀବାହୀ ଟ୍ରେନରେ ନିଆଁ । ହୁତ୍ ହୁତ୍ ହୋଇ ଜଳୁଛି ପାସେଂଜର ଟ୍ରେନ । ବିହାରର ମୋକାମାରେ ପାଟଣା-ମୋକାମା ମେମୁ ପାସେଂଜର ଟ୍ରନରେ ନିଆଁ ଲାଗିଯାଇଛି । ଗତକାଲି ରାତିରେ ହଠାତ୍ ନିଆଁ ଲାଗିଯିବାରୁ ୬ଟି ବଗି ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ଏହି ଫାଷ୍ଟ ପାସେଂଜରର ଦୁଇଟି ଇଂଜିନ ମଧ୍ୟ ଜଳିପୋଡି ନଷ୍ଟ ହୋଇଯାଇଛି । ନିଆଁ ଲିଭାଳି ଦଳ ବହୁ କଷ୍ଟ କରି ନିଆଁକୁ ଆୟତ କରିଥିଲେ । ତେବେ ଏଘଟଣାରେ କୌଣସି ମୃତାହତ ସୂଚନା ମିଳିନାହିଁ ।

ଟ୍ରେନଟି ଷ୍ଟେସନରେ ଠିଆ ହୋଇଥିବା ବେଳେ ହଠାତ ମଝାମଝି ଅଂଶରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ୬ଟି ବଗିରେ ହୁତ୍ ହୁତ୍  ହୋଇ ନିଆଁ ମାଡି ଚାଲିଲା । ଫଳରେ ସମସ୍ତ ୬ଟି ଯାକ ବଗି ଜଳିପୋଡି ପାଉଁଶ ହୋଇଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିଲା ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ତେବେ ନିଆଁ ଆୟତ କରିବାରେ ବିଳମ୍ବ ହୋଇଥିଲା । ଫଳରେ କ୍ଷତି ବଢିଲା ବୋଲି ଅଭିଯୋଗ ହୋଇଛି । ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡି ଯୋଗୁଁ ନିଆଁ ଲିଭାଇବା କାମ ଡେରି ହୋଇଛି ବୋଲି କୁହାଯାଉଛି ।