ହୁସିଆର୍ ! ପୃଥିବୀ ପ୍ରତି ମାଡି ଆସୁଛି ଭୟଙ୍କର ବିପଦ । କୌଣସି ବି ମୁହୂର୍ତ୍ତରେ ଘଟିପାରେ ଅଘଟଣ

146

ଏଭଳି ଏକ ସତର୍କବାଣୀ ଶୁଣାଇଛି ଚିନ । ଗତକାଲି (ମଙ୍ଗଳବାର) ଚିନ ସ୍ପଷ୍ଟ କରି କହିଛି କି, ତାର ପ୍ରଥମ ମାନବରହିତ ସ୍ପେସ୍ ଲାବ ତଥା ଅନ୍ତିରୀକ୍ଷ ପ୍ରୟୋଗଶାଳା ଟିୟାଙ୍ଗୋଙ୍ଗ-୧ ଏବେ ଅନିୟନ୍ତ୍ରତ ହୋଇପଡିଛି । ଏଭଳି ସ୍ଥିତିରେ ଏହା କୌଣସି ବି ମୁହୂର୍ତ୍ତରେ ପୃଥିବୀ ସହିତ ଧକ୍କା ହୋଇପାରେ । ଯଦିଓ ଏହାର ପ୍ରଭାବ ପୃଥିବୀ ଉପରେ ବିଶେଷ ଭାବରେ ପଡିନପାରେ ମାତ୍ର ଏହାକୁ ବିପଦମୁକ୍ତ ମଧ୍ୟ କହିବା ଠିକ୍ ହୋଇନପାରେ । ତେବେ ଅନୁମାନ କରାଯାଉଛି କି ମାସେ ଦୁଇ ମାସ ମଧ୍ୟରେ ଏହା ପୃଥିବୀ ସହିତ ଧକ୍କା ହୋଇପାରେ ।

 

 

ସୂଚନା ମୁତାବକ, ଚିନର ଏକାଡେମୀ ଅଫ ସ୍ପେସ ଟେକ୍ନୋଲୋଜିର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ କହିବା ଅନୁସାରେ, ଟିୟାଙ୍ଗୋଙ୍ଗ-୧ ଉପରେ ଆମର ପୂରା ନଜର ରହିଛି । ଏହାର ଫେରିବା ଉପରେ ବି ଆମେ କଡା ଦୃଷ୍ଟି ଦେଇଛି । ପୃଥିବୀ କକ୍ଷପଟରେ ଏହା ପ୍ରବେଶ କରିବା କ୍ଷି ହିଁ ଏହାର ଅଧିକତର ଅଂଶ ଜଳି ଯାଇପାରେ କିମ୍ବା ନଷ୍ଟ ହୋଇପାରେ । ଏବଂ ବାକି ବଂଚିଥିବା ଏହାର ଖଣ୍ଡବିଖଣ୍ଡିତ ଅଂଶ ପ୍ରଶାନ୍ତ ମହାସାଗରରେ ପଡିବ ବୋଲି ଚିନର ବୈଜ୍ଞାନିକ ଯୁକ୍ତିବାଢିଛନ୍ତି ।

ଜାତୀୟଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଚିନ ନିଜର ଏହି ସ୍ପେସ ଲାବ ଉପରେ ନିୟନ୍ତ୍ରଣ ହରାଇ ବସିଛି । ତେଣୁ ଖୁବଶୀଘ୍ର ହିଁ ଏହା ପୃଥିବୀ ସହ ଧକ୍କା ଖାଇପାରେ । ଏବଂ ଏଥିରୁ ନିର୍ଗତ ହେବାକୁ ଯାଉଥିବା ବିଷାକ୍ତ ରସାୟନିକ ପଦାର୍ଥ ଦ୍ୱାରା ଲୋକଙ୍କଠାରେ କ୍ୟାନସର ଭଳି ସମସ୍ୟା ସୃଷ୍ଟି କରିପାରେ । ଏଠାରେ ଆମେ କହି ରଖୁଛି କି, ଚିନ ତରଫରୁ ୨୦୧୧ରେ ଏହି ସ୍ପେସ ଲାବଟିକୁ ମହାକାଶକୁ ପଠାଯାଇଥିଲା ।

ସୌଜନ୍ୟ: ଦୈନିକ ଜାଗରଣ