ବିଜେପି ବିଧାୟକଙ୍କ ବୟଫ୍ରେଣ୍ଡ/ଗର୍ଲଫ୍ରେଣ୍ଡ ଥିଓରି ! କହିଲେ, ଯୁବତୀ ମାନେ ବୟଫ୍ରେଣ୍ଡ କରିବା ଛାଡି ଦିଅନ୍ତୁ, ବନ୍ଦ ହୋଇଯିବ ଅତ୍ୟାଚାର

62

ବିବାଦରେ ମଧ୍ୟପ୍ରଦେଶର ବିଜେପି ବିଧାୟକ ପନ୍ନାଲାଲ ଶାକ୍ୟ । ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଏବେ ପୁଣିଥରେ ଚର୍ଚ୍ଚା ଭିତରକୁ ଟାଣି ହୋଇ ଆସିଛନ୍ତି ପନ୍ନାଲାଲ ଶାକ୍ୟ । ମଧ୍ୟପ୍ରଦେଶର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମହିଳାଙ୍କ ସୁରକ୍ଷାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ପନ୍ନାଲାଲ । ଏପରିକି ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବାକୁ ହେଲେ ପ୍ରଥମେ ଯୁବତୀ ମାନେ ବୟଫ୍ରେଣ୍ଡ କରିବା ବନ୍ଦ କରିବା ଆବଶ୍ୟକ । କାରଣ ବୟଫ୍ରେଣ୍ଟ କରିବା ଦ୍ୱାରା ହିଁ ମହିଳା ମାନେ ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି । ଏହାଛଡା ଭାରତରେ ବର୍ଷକୁ ମହିଳାଙ୍କୁ ୪ ଥର ଲେଖାଏଁ ତେଣୁ ଆମେ କେମିତି ମାନି ନେବା ଯେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି ।

ଏହାଛଡା ମହିଳାଙ୍କୁ ପାଶ୍ଚାତ୍ୟ ସଭ୍ୟତାରୁ ମଧ୍ୟ ଦୂରେଇ ରହିବାକୁ କହିଛନ୍ତି ପନ୍ନାଲାଲ । ଏହାଛଡା ସେ କହିଛନ୍ତି ଯେ, ବିଧାନସଭାରେ ଯେତେବେଳେ ତାଙ୍କୁ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ହେଉଥିବା ବିଷୟ ଉପରେ କିଛି ସାମ୍ବାଦିକ ପ୍ରଶ୍ନ କରିଥିଲେ । ସେତେବେଳେ ସେ ମହିଳାଙ୍କ ଉପରେ ଅତ୍ୟାଚାର ରୋକିବାକୁ ହେଲେ ପ୍ରଥମେ ଯୁବତୀ ମାନେ ବୟଫ୍ରେଣ୍ଡ ଓ ଯୁବକ ମାନେ ଗର୍ଲଫ୍ରେଣ୍ଡ କରିବା ବନ୍ଦ କରିବା ଦରକାର ବୋଲି କହିଥିଲେ । ଏହାସହ ସ୍ମାର୍ଟଫୋନର ଦୁରୁପଯୋଗ ନ କରିବା ପାଇଁ କହିଥିଲେ ।

ଏହାପୂର୍ବରୁ ଗତବର୍ଷ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବାହାଘରକୁ ନେଇ ପନ୍ନାଲାଲ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଇଟାଲୀରେ ବିରାଟ-ଅନୁଷ୍କା କରିଥିବାରୁ ଉଭୟଙ୍କ ଦେଶଭକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ ପନ୍ନାଲାଲ ।