ଓଡ଼ିଆ ଝିଅଙ୍କ ଆଉ ଏକ ସଫଳତା ! ଫେମିନା ମିସ୍ ଇଣ୍ଡିଆ ଓଡ଼ିଶାର ମୁକୁଟ ପିନ୍ଧିଲେ ଓଡ଼ିଶା ଝିଅ ଶ୍ରୁତିକ୍ଷା

120

କନକ ବ୍ୟୁରୋ : ପୁଣି ଓଡିଆ ଝିଅଙ୍କ ସଫଳତା । ଫେମିନା ମିସ୍ ଇଣ୍ଡିଆ ଓଡିଶା ହୋଇଛନ୍ତି ଓଡିଆ ଝିଅ ଶ୍ରୁତିକ୍ଷା ନାୟକ । ଭୁବନେଶ୍ୱରର ଝିଅ ଶ୍ରୁତିକ୍ଷା ଫେମିନା ମିସ୍ ଇଣ୍ଡିଆ ଓଡିଶା-୨୦୧୮ର ମୁକୁଟ ବିଜୟିନୀ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି । କୋଲକାତାରେ ଅନୁଷ୍ଠିତ ବର୍ଣାଢ୍ୟ ଉତ୍ସବରେ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଟାଇଟଲ ଜିତିଛନ୍ତି ଶ୍ରୁତିକ୍ଷା । ଏହି ପ୍ରତିଯୋଗିତାରେ ୧୩ଟି ରାଜ୍ୟର ୩୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ ବାଜି ମାରି ନେଇଛନ୍ତି ୨୦ ବର୍ଷୀୟା ଶ୍ରୁତିକ୍ଷା ।

କିଟ୍ ବିଶ୍ୱବିଦ୍ୟାଳୟରୁ ମାସ ମିଡିଆରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଶ୍ରୁତିକ୍ଷା ଜଣେ ଫିଟନେସ ମଡେଲ ଭାବେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ । ନୃତ୍ୟ ପ୍ରଦର୍ଶନରେ ମଧ୍ୟ ତାଙ୍କର ରୁଚି ରହିଥିବା ଜଣା ପଡିଛି । ତେବେ ମେ ମାସରେ ହେବାକୁ ଥିବା ଫାଇନାଲ ଅଡିସନ ପାଇଁ ଏବେ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି କହିଛନ୍ତି ଶ୍ରୁତିକ୍ଷା ।