ପୁଣି ଦ୍ୱନ୍ଦ୍ୱ ବଢ଼ାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ ! ମୋଦିଙ୍କ ସାଙ୍ଗରେ ରହିବେ ନା ରାହୁଲଙ୍କ ସାଙ୍ଗରେ ରହିବେ

22

କନକ ବ୍ୟୁରୋ : ପୁଣି ଦ୍ୱନ୍ଦ୍ୱ ବଢ଼ାଇଲେ ବିହାର ମୁଖ୍ୟମନ୍ତ୍ରୀ । କଂଗ୍ରେସ ଉପାଧ୍ୟକ୍ଷଙ୍କ ରାହୁଲ ଗାନ୍ଧୀଙ୍କୁ ଭେଟି, ନିତୀଶ କୁମାର ପୁଣି ମହାମେଂଟ ଚର୍ଚ୍ଚାକୁ ବଢ଼ାଇ ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ ସମର୍ଥନ କରିଥିବା ନିତୀଶ କୁମାର ରାହୁଲ ଗାନ୍ଧୀଙ୍କୁ ଭେଟି ପୁରା ଗଣିତକୁ ଓଲଟପାଲଟ୍ କରିଦେଇଛନ୍ତି । ଗୋଟିଏ ପଟେ ଦୁର୍ନୀତି ଅଭିଯୋଗ ଆସିବା ପରେ ଖୋଲାଖୋଲି ଆରଜେଡିକୁ ସମାଲୋଚନା କରିଥିବା ବେଳେ ଲୋକଙ୍କ ସାମ୍ନାରେ ତଥ୍ୟ ରଖିବାକୁ କହିଥିଲେ ନିତୀଶ । ଯାହାକୁ ନେଇ ବିହାରରେ ଗଠନ ହୋଇଥିବା ମେଂଟ ସରକାର ଏକ ପ୍ରକାର ଦୋହଳି ଯାଇଥିଲା ।

ଏହା ପରେ ମୋଦିଙ୍କ ନିକଟତର ହେଉଛନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଲା । ଆଉ ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଥିଲା, ଯେତେବେଳେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କଲେ । ଏହି ଘଟଣା ପରେ ମୋଦି ଏବଂ ବିଜେପି ଆଡକୁ ନିତୀଶ ଢ଼ଳୁଥିବା ନେଇ ଆଲୋଚନା ହେଲା । କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଭେଟି ବିହାର ରାଜନୀତି ନେଇ ନୀତିଶ ଆଲୋଚନା କରିଛନ୍ତି । ଆଉ ଏହି ସବୁ ଘଟଣା ଜାତୀୟ ରାଜନୀତିର ମୋଡକୁ ବଦଳାଇ ଦେଇଛି । କାହା ସାଙ୍ଗରେ ରହିବେ ନୀତିଶ । ମୋଦିଙ୍କ ସାଙ୍ଗରେ ରହିବେ ନା ରାହୁଲଙ୍କ ସାଙ୍ଗରେ ରହିବେ । ଆରଜେଡି ସହ ମତାନ୍ତର ବଢ଼ୁଥିବା ବେଳେ କଂଗ୍ରେସକୁ ସାଥୀ କରିବେ ନା’ ଭାରତୀୟ ଜନତା ପାର୍ଟି ସାଙ୍ଗରେ ଯିବେ ।