କଂଗ୍ରେସର ପ୍ରଦର୍ଶନ ଉପରେ ମତ ରଖିଲେ ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ : ପରାଜୟ ପାଇଁ ଏଆଇସିସି ସମେତ ଆମେ ସମସ୍ତେ ଦାୟୀ

49

କନକ ବ୍ୟୁରୋ : ପାଂଚୟତ ଫଳାଫଳ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ଏହି ଫଳାଫଳ ନୈରାଶ୍ୟଜନକ । କଂଗ୍ରେସ ଉପରେ ସାଧାରଣ ଲୋକଙ୍କ ଆସ୍ଥା ନାହିଁ । କଂଗ୍ରେସରେ ଗୋଷ୍ଠି କନ୍ଦଳ ଭୋଟରଙ୍କୁ ପ୍ରଭାବିତ କଲା ବୋଲି କହିଛନ୍ତି ନିରଂଜନ । ପରାଜୟ ପାଇଁ ପିସିସ ସଭାପତିଙ୍କ ନୁହେଁ ଦଳର ସମସ୍ତେ ଦାୟୀ । ଏଆଇସିସି ଠିକ ଭାବେ ପରିଚାଳନା କରିନି ବୋଲି ନିରଂଜନ କହିଛନ୍ତି ।

ସେହିପରି ଶ୍ରୀକାନ୍ତ ଜେନାଙ୍କ କଳା ଟଙ୍କା ବୟାନ ଉପରେ ଜବାବ ରଖିଛନ୍ତି ନିରଂଜନ । ନିରଂଜନ କହିଛନ୍ତି, ଏହା ଦୁଃଖର କଥା ଯେ ମୁଁ ଦଳରେ ତାଙ୍କଠାରୁ ସିନିୟର । ସେ କାହିଁକି ଏଭଳି ବୟାନ ଦେଲେ ସେ ହିଁ ତାର ଉତର ଦେଇପାରିବେ । ଶ୍ରୀକାନ୍ତ ବାବୁ ଜଣେ ବରିଷ୍ଠ ଓ ଅଭିଜ୍ଞ ନେତା, ମୋତେ ପଚାରିଥିଲେ ମୁଁ ତାଙ୍କୁ ବୁଝାଇପାରିଥାନ୍ତି । ମୋଦି–ଶ୍ରୀକାନ୍ତ ଜେନା କଳା ଟଙ୍କା କହି ରାଜନୀତି କରୁଛନ୍ତି ସେମାନେ କଣ ଧଳା ଟଙ୍କା ଦେଖିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଂଜନ ।