ଆଜିକାଲି ଦୁନିଆରେ ଟଙ୍କା କମାଇବା ସମସ୍ତଙ୍କ ପାଇଁ ବହୁତ ଜରୁରୀ । ଏଥିପାଇଁ ଏବେ ଲୋକମାନେ ଅନେକ ପ୍ରକାର ଅଜବ ଉପାୟ ଆପଣାଇବାର ଦେଖା ଯାଉଛି । ଟଙ୍କା ପାଇଁ କିଏ ଅଧିକ ପରିଶ୍ରମ କରୁଛି, କିଏ ଝାଳ ବୁହାଉଛି, କିଏ ଲୋକଙ୍କ ଗାଳି ଶୁଣୁଛି ତ ଆଉ କିଏ ଚୋରୀ କରିବାକୁ ମଧ୍ୟ ପଛାଉ ନାହିଁ । କିନ୍ତୁ ଟଙ୍କା କମାଇବା ପାଇଁ ଏକ ଅତି ନିଆରା ଉପାଉ ଆପଣାଇଛନ୍ତି ଜଣେ ମହିଳା । ଏପରି ଏକ ଅତି ଅଜବ ଘଟଣା ଏବେ ସମ୍ନାକୁ ଆସିଛି ଯାହାଶୁଣି ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ । ଫ୍ଲୋରିଡାର ଜଣେ ମହିଳା ନିଜ ପରିସ୍ରା ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଏପରି ଏକ ଅଜବ ଘଟଣା ପ୍ରକାଶ ପାଇଛି ସଞ୍ଜିବନୀ ଟୁଡେ ରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆପଣ ଭାବୁଥିବେ ଏହା କିପରି ସମ୍ଭବ ଏବଂ କିଏ ଏହି ମହିଳାଙ୍କ ଠାରୁ ପରିସ୍ରା କିଣୁଛି । ଏହି ମହିଳା ଜଣକ ନିଜର ପରିସ୍ରାର ପ୍ରେଗନେନ୍ସି ଟେଷ୍ଟ ବିକ୍ରୀ କରି ପ୍ରଚୁର ଟଙ୍କା ଆୟ କରୁଥିବା ସୂଚନା ମିଳିଛି । ପ୍ରକୃତ କଥାହେଲା ଯେଉଁ ମହିଳାମାନେ ନିଜ ସ୍ୱାମୀ ଓ ପୁରୁଷବନ୍ଧୁ ମାନଙ୍କୁ ବ୍ଲାକମେଲ କରିବା ପାଇଁ ଚାହୁଛନ୍ତି ସେମାନେ ଏହି ଯୁବତୀଙ୍କ ଠାରୁ ତାଙ୍କ ପରିସ୍ରାର ପ୍ରେଗନେନ୍ସି ଟେଷ୍ଟ କିଣି ନେଉଛନ୍ତି । କିମ୍ବା ଯିଏ ବିବାହ ପାଇଁ ରାଜିହେଉ ନାହାନ୍ତି ସେମାନେ ସଂପୃକ୍ତ ମହିଳାଙ୍କ ଠାରୁ ପରିସ୍ରା କିଣି ତାଙ୍କୁ ବିବାହ ପାଇଁ ରାଜି କରାଉଛନ୍ତି । ଏହିପରି ଉପାୟରେ ଫ୍ଲୋରିଡାର ଏହି ମହିଳା ଏବେ ଲକ୍ଷପତି ହେବାରେ ଲାଗିଛନ୍ତି ।