ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବ ଆଇଓସିଏଲ ! ଆସନ୍ତା ୨୧ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ହେବ ଆୟୋଜନ

22

କନକ ବ୍ୟୁରୋ: ଆସନ୍ତା ୨୧ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବ ଆଇଓସିଏଲ । ଅଭିଜ୍ଞ ଯୋଗଗୁରୁମାନେ ଏଥିରେ ପ୍ରଶିକ୍ଷଣ ଦେବାକୁ ଥିବାବେଳେ ସାରା ଓଡ଼ିଶାରୁ ଛାତ୍ରଛାତ୍ରୀଙ୍କ ସହ ବହୁ ଜନସାଧାରଣ ସାମିଲ ହେବେ ବୋଲି ସୂଚନା ମିଳିଛି । ତେବେ ଏହି କାର୍ଯ୍ୟକ୍ରମ ସକାଳ ୬ଟାରୁ ୭ଟା ଯାଏଁ ଚାଲିବ । ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିସହିତ ସାରା ଓଡ଼ିଶାରେ ଥିବା ପେଟ୍ରୋଲ ପମ୍ପରେ ଯୋଗ ଶିବିର ବ୍ୟବସ୍ଥା ହୋଇଥିବା କହିଛି ଆଇଓସିଏଲ ।