ପଶ୍ଚିମବଙ୍ଗର ଦାର୍ଜିଲିଂରେ ହିଂସା ଜାରି ! ବିଭିନ୍ନ ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିବା ସହ ୧୪୪ ଧାରା ଲାଗୁ

51

କନକ ବ୍ୟୁରୋ: ପଶ୍ଚିମବଙ୍ଗର ଦାର୍ଜିଲିଂରେ ହିଂସା ଜାରି ରହିଛି । ବିଭିନ୍ନ ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିବା ସହ ୧୪୪ ଧାରା ଲାଗୁ ରହିଛି । ସ୍ୱତନ୍ତ୍ର ରାଜ୍ୟ ଗଠନ ଓ ଭାଷା ଆନ୍ଦୋଳନକୁ ନେଇ ଜଳୁଛି ଦାର୍ଜିଲିଂ ସହର । ଆନ୍ଦୋଳନରତ ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ ଡାକରା ଦେଇଥିବାରୁ ସହରରେ ଜୀବନଯାତ୍ରା ଏକପ୍ରକାରେ ଠପ୍ ହୋଇପଡିଛି । ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋର୍ଖାଲାଣ୍ଡ ସମର୍ଥକଙ୍କ ଘରେ ବେଆଇନ ଭାବେ ପଶି ପୋଲିସ ନିର୍ଯାତନା ଦେଉଥିବା ଅଭିଯୋଗ କରିଛି ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ।

ତେବେ ଗୋଟେପଟେ ହିଂସାକୁ ନେଇ ଦାଜଲିଂ ଜଳୁଥିବା ବେଳେ ଅନ୍ୟପଟେ ନେଦରଲ୍ୟାଣ୍ଡ ଗସ୍ତରେ ଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ । ନେଦରଲ୍ୟାଣ୍ଡରେ ଆୟୋଜିତ ‘ପବ୍ଲିକ ସର୍ଭିସ ଡେ’ କୁ ସମ୍ବୋଧିତ କରିବେ ମମତା । ପ୍ରଥମ ଭାରତୀୟ ମୁଖ୍ୟମନ୍ତ୍ରୀ ଭାବେ ମମତା ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ସେଠାରୁ ଫେରିବା ପରେ ଦାର୍ଜିଲିଂ ସମସ୍ୟାକୁ ନେଇ ଜୁନ୍ ୨୨ରେ ମମତା ସର୍ବଦଳୀୟ ବୈଠକ ଡକାଇଛନ୍ତି । ସିଲିଗୁଡିରେ ଏହି ବୈଠକର ଆୟୋଜିତ ହେବ ବୋଲି ସୂଚନା ରହିଛି ।